ଦେଶ ବିଦେଶ

ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ : ଆଇଇଡି ବିସ୍ଫୋରଣରେ ୧୫ ଯବାନ ଆହତ

Published

on

ଝାଡ଼ଖଣ୍ଡ ୨୮/୫ : ଏକ ସ୍ୱତନ୍ତ୍ର ଅପରେସନ ଚାଲିଥିବା ବେଳେ ଆଇଡି ବିସ୍ଫୋରଣରେ ୧୫ ଜଣ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଯବାନଙ୍କୁ ହେଲିକପ୍ଟର୍ ଯୋଗେ ରାଞ୍ଚିକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ଆଜି ଭୋର ପ୍ରାୟ ୪ଟା ୫୦ ସମୟରେ ଝାଡ଼ଖଣ୍ଡ ପୋଲିସ ଓ ୨୦୯ର କୋବ୍ରାବାଟାଲିୟନର ଯବାନମାନେ ମିଳିତ ସ୍ପେଶାଲ ଅପରେସନରେ ବାହାରିଥିଲେ । ଯବାନଙ୍କ ରାସ୍ତାରେ କୁଚାଇ ନିକଟରେ ମାଓବାଦୀମାନେ ପୂର୍ବରୁ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲା । ଝାଡ଼ଖଣ୍ଡ ପୁଲିସ୍, ୨୦୯ କୋବ୍ରା ମିଳିତ ଭାବେ ଏହି ଅପରେସନ କରିଥିବା ବେଳେ ଆକ୍ରମଣରେ ୧୫ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି ।
ସକାଳ ୬.୫୦ ସମୟରେ ଆହତ ଯବାନମାନଙ୍କୁ ରାଞ୍ଚିକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଏବେ ସେଠାରେ ଜୋରଦାର ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏହି ଘଟଣାର ତଦନ୍ତ ଏବେ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version