ରାଜ୍ୟ

ଯାତ୍ରୀବାହୀ ବସ ଦୁର୍ଘଟଣା : ୧୨ ଆହତ

Published

on

ବାଲେଶ୍ୱର ୨୭/୫ : ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ । ଘଟଣାସ୍ଥଳରେ ୧୨ରୁ ଅଧିକ ଆହତ ହୋଇଥିବା ନେଇ ସୂଚନା ମିଳିଛି । ସୋମବାର ପ୍ରତ୍ୟୁଷରେ ବାଲେଶ୍ୱର ଜିଲ୍ଲାର ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଦହିସଡ଼ା ଛ’ପୋଲିଆ ଗୋଟାଏ ଟ୍ରକ୍ ପଛରେ ଯାତ୍ରୀବାହୀ ବସ୍ ଧକ୍କା ଖାଇବାରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗୁଜରାଟର ସୁନ୍ଦରନଗରରୁ ଘରୋଇ ବସ୍ ‘ପ୍ରଧାନ ଆଣ୍ଡ୍ ପ୍ରଧାନ’ ତୀର୍ଥଯାତ୍ରୀମାନଙ୍କୁ ନେଇ ପୁରୀରୁ ପଶ୍ଚିମବଙ୍ଗର ଗଙ୍ଗାସାଗର ଅଭିମୁଖେ ଯାଉଥିଲା।
ପୂର୍ବରୁ ରାଜପଥ ପାର୍ଶ୍ୱରେ ରଖାଯାଇଥିବାଏଲପିଜି ଗ୍ୟାସ୍ ବୋଝେଇ ଟ୍ରକ୍ ପଛରେ ୬୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ଧକ୍କା ଖାଇଥିଲା। ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ପଠାଇଛି। ଆହତଙ୍କ ମଧ୍ୟରେ କେହି ଗୁରୁତର ନ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *

Trending

Exit mobile version