ଭୁବନେଶ୍ୱର ୨୮ : ମାର୍ଚ୍ଚ ୭ରେ ଥିବା ଯୁକ୍ତ ଦୁଇ ପରୀକ୍ଷା ସୁପରିଚାଳନା ନେଇ ଆଜି ସଚିବାଳୟରେ ବୈଠକ ବସିଥିଲା । ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରିବା ପାଇଁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଓ ହାତ ଘଣ୍ଟା ନେବା ମନା କରାହୋଇଛି ।
ଚଳିତ ବର୍ଷ କଡ଼ା ସୁରକ୍ଷା ସତ୍ୱେ ମାଟ୍ରିକ ପରିକ୍ଷା ପ୍ରଶ୍ନପତ୍ର ଭାଇରାଲ ପରିସ୍ଥିତ ସୃଷ୍ଟି ହୋଇଥିବାରୁ ଏବେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ବୋର୍ଡ଼କୁ ଚିନ୍ତାର ବିଷୟ ପାଲଟିଛି । ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ପରୀକ୍ଷା ସୁପରିଚାଳନା ନେଇ ଆଜି ସଚିବାଳୟରେ ବୈଠକ ବସିଥିଲା । ଯୁକ୍ତ ଦୁଇ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ କଡ଼ା ନିଷ୍ପତି ନିଆଯାଇଛି । ଭିଡ଼ିଓ କନଫରେନସିଙ୍ଗ ଜରିଆରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ହୋଇଛି । ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ,ଆଇନ ଶୃଙ୍ଖଳା ପାଇଁ ଡିଜି ଉପସ୍ଥିତ ରହିଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରିବା ପାଇଁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଓ ହାତ ଘଣ୍ଟା ନେବା ମନା କରାହୋଇଛି । ପରୀକ୍ଷାର୍ଥୀ ସେମାନଙ୍କ ପ୍ରଶ୍ନପତ୍ରରେ ନିଜ ରୋଲନମ୍ବର ଲେଖିବେ ।
ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ୨୦୧୯ ମାର୍ଚ୍ଚ ୭ତାରିଖରୁ ଆରମ୍ଭ ହେବ। ଜାନୁୟାରୀ ୨୮ରୁ ଫେବୃୟାରୀ ୮ ଯାଏଁ ପ୍ରାକ୍ଟିକାଲ ପରୀକ୍ଷା ସମାପ୍ତ ହୋଇଥିବା ବେଳେ ବର୍ତ୍ତମାନ ଥିଓରୀ ପରୀକ୍ଷା ହେବ । ପ୍ରଥମେ ବାଣିଜ୍ୟ ଏବଂ ବିଜ୍ଞାନ ଏବଂ ମାର୍ଚ୍ଚ ୮ରୁ କଳାର ଥିଓରୀ ପରୀକ୍ଷା ଆରମ୍ଭ ହେବ । ଏହି ପରୀକ୍ଷା ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ପର୍ୟ୍ୟନ୍ତ ଚାଲିବ। ବିଜ୍ଞପ୍ତି ଅନୁସାରେ ସକାଳ ୭ଟାରୁ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ପାଇଁ ୨୦୨ଟି ହବ୍ ଓ ୧୦୯୧ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏବଂ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପରୀକ୍ଷା ଦିନ କଡ଼ା ସୁରକ୍ଷାର ସହ ପ୍ରଶ୍ନପତ୍ର ପଠାଯିବ । ଏନେଇ ଗଣଶିକ୍ଷା ସଚିବ ପ୍ରଦିପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।