ଅପରାଧ

ଯୁବକଙ୍କୁ ଅପହରଣ ପରେ ହତ୍ୟା

Published

on

ଢ଼େଙ୍କାନାଳ ୬/୧୨ : ବନମାଳୀପ୍ରସାଦ କାଜୁ ଜଙ୍ଗଲରୁ ଗୁରୁବାର ସକାଳୁ ଜଣେ ଯୁବକଙ୍କ ଶବ ମିଳିଛି । ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୩ ତାରିଖରୁ ସେ ନିଖୋଜ ଥିଲେ । ପରଦିନ କେହିଜଣେ ଅପହରଣକାରୀ ତାଙ୍କ ପରିବାରକୁ ଫୋନ୍ କରି ତାଙ୍କୁ ଛାଡ଼ିବା ଲାଗି ୨ ଲକ୍ଷ ଟଙ୍କା ଦାବି କରିଥିଲା । ପରିବାର ଲୋକ ଥାନାରେ ଏତଲା ଦେଇଥିଲେ ହେଁ ପୋଲିସ ତାଙ୍କୁ ଉଦ୍ଧାର କରିପାରିନଥିଲା । ଆଜି ସକାଳୁ ତାଙ୍କ ଶବ ଉଦ୍ଧାର କରାଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଘଟଣାର ତଦନ୍ତ ଚାଲୁ ରଖିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version