ଜୟପୁର ୮/୩ : ରାଜସ୍ଥାନର ଏକ ଜନସଭାକୁ ସମ୍ୱୋଧିକ କରି ରାଜନାଥ ସିଂହ କହିଥିଲେ ଯେଉଁମାନେ ଯୁଦ୍ଧ ବୀର, ସେମାନେ ମାରିଥିବା ଲୋକଙ୍କ ସଂଖ୍ୟା ଗଣନ୍ତି ନାହିଁ । ଏହା ପୂର୍ବରୁ ରାଜନାଥ ସିଂହ କହିଥିଲେ ଯେ ଭାରତୀୟ ବାୟୁସେନାର ଟାର୍ଗେଟ କେବେ ଫେଲ ମାରେନି । ଯେଉଁ ମାନଙ୍କୁ ମରିଥିବା ଆତଙ୍କୀ ମାନଙ୍କ ସଂଖ୍ୟା ଜାଣିବାକୁ ଇଚ୍ଛା, ସେମାନେ ପାକିସ୍ତାନ ଯାଇ ଗଣି ପାରିବେ ।
ଶୁକ୍ରବାର ଦିନ ବିରୋଧୀ ଦଳ ମାନଙ୍କୁ ଟାର୍ଗେଟ କରି ରାଜନାଥ ସିଂହ କହିଛନ୍ତି କି ଆରେ ତମେ ସଂଖ୍ୟା ପଚାରୁଛି, କେତେ ଜଣ ମରିଛନ୍ତି ? ସଂଖ୍ୟା ପଚାରୁଥିବା ଲୋକମାନଙ୍କୁ କହିବାକୁ ଚାହୁଁଛି ଯେଉଁମାନେ ଯୁଦ୍ଧବୀର, ସେମାନେ ମାରିଥିବା ଲୋକଙ୍କୁ ଗଣନ୍ତି ନାହିଁ ।
ପାକିସ୍ତାନର ବାଲାକୋଟରେ ମରିଥିବା ଆତଙ୍କବାଦୀ ସଂଖ୍ୟା ବିରୋଧୀ ଦଳମାନଙ୍କ ଦ୍ୱାରା ପଚରା ଯିବା ପରେ ଏହି ବୟାନ ଆସିଛି ।