ଦେଶ ବିଦେଶ

ଯୋଗୀଙ୍କୁ ଭର୍ତ୍ସନା : ନାଗରିକଙ୍କ ଅଧିକାରକୁ ବଂଚାଇ ରଖିବା ଜରୁରୀ : ସୁପ୍ରିମକୋର୍ଟ

Published

on

ଉତରପ୍ରଦେଶ ୧୧/୬ : ସାମ୍ବାଦିକ ପ୍ରଶାନ୍ତ କୌନଜିଆଙ୍କ ଗିରଫକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଟିପ୍ପଣୀ । ମଙ୍ଗଳବାର ଏହି ମାମଲାର ଶୁଣାଣି କରି ତୁରନ୍ତ ଗିରଫ ସାମ୍ବାଦିକଙ୍କୁ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଆଜି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ନାଗରିକଙ୍କ ଅଧିକାରକୁ ହନନ କରାଯାଇ ପାରିବ ନାହିଁ । ନାଗରିକଙ୍କ ଅଧିକାରକୁ ବଂଚାଇ ରଖିବା ଜରୁରୀ । ଏଥିସହ କୋର୍ଟ କହିଥିଲେ ଆପତିଜନକ ପୋଷ୍ଟକୁ ନେଇ ବିଚାର ଅଲଗା ଅଲଗା ହୋଇପାରେ ।ହେଲେ ଗିରଫ କରାଗଲା କାହିଁକି? ଏହାଛଡା ପ୍ରଶାନ୍ତଙ୍କ ନାମରେ ଆଇପିସିର ଧାରା ୫୦୫ ଅନୁସାରେ ଏଫଆଇଆର ରୁଜୁ କରାଯାଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ ।
ୟୁପି ସରକାରଙ୍କୁ ପଚାରିଛନ୍ତି, କେଉଁ ଧାରା ଅନୁସାରେ ପ୍ରଶାନ୍ତଙ୍କୁ ଗିରଫ କରାଯାଇଛି । ଏପରି ଟ୍ୱିଟ୍ ସେୟାର କରିବା ଅନୁଚିତ୍, ହେଲେ ଗିରଫ କାହିଁକି କରାଗଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଟ୍ୱିଟରରେ ଆପତିଜନକ ପୋଷ୍ଟ କରିଥିଲେ ପ୍ରଶାନ୍ତ କୌନଜିଆ । ଏହାପରେ ତାଙ୍କୁ ଗିରଫ କରିଥିଲା ୟୁପି ପୁଲିସ । ଏହାର ବିରୋଧରେ ସୋମବାର ସୁପ୍ରିମକୋର୍ଟ ଯାଇଥିଲେ ପ୍ରଶାନ୍ତଙ୍କ ପତ୍ନୀ ଜିଗିଷା କୌନଜିଆ । ମାମଲାର ଶୁଣାଣି କରି ଯୋଗୀ ସରକାରଙ୍କୁ ଭର୍ତ୍ସନା କରିବା ସହ ତୁରନ୍ତ ଛାଡିଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version