ନୂଆଦିଲ୍ଲୀ:କଂଗ୍ରେସ ଜାତୀୟ ଉପାଧ୍ୟକ୍ଷ ରାହୁଳ ଗାନ୍ଧିଙ୍କୁ ଆଜିକାଲି ଭୀଷଣ ରାଗ ମାଡୁଛି। ଏବଂ ସେ ସୋଲେ ସିନେମାର ଗବର ସିଂର ଡାଇଲଗ…କହୁଛନ୍ତି।
କଂଗ୍ରେସର ୩୫୦୦ ସୋସିଆଲ ମିଡିଆ ସ୍ବେଚ୍ଛାସେବୀଙ୍କୁ ଉଦବୋଧନ ଦେବା ବେଳେ ସେ ତାଙ୍କର ରାଗ ଝାଡ଼ିଛନ୍ତି। ଯେଉଁ ମାନେ ଲଢ଼ିବାକୁ ଡ଼ରୁଛନ୍ତି ସେମାନେ ଦଳ ଛାଡି ପଳାନ୍ତୁ ବୋଲି କହିଛନ୍ତି। ବିଜେପି-ଆରଏସଏସକୁ ଡରୁଛନ୍ତି ସେମାନଙ୍କୁ ଦଳରୁ ବାହାର କରିଦେବା ଉଚିତ।
ଦଳକୁ ବର୍ତମାନ ସାହସୀ ନେତା ଦରକାର।
ରାହୁଳ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଆକ୍ଷେପ କହିଲେ ଯେ ସିନ୍ଧିଆ ବୋଧେ ଡରିଗଲେ.. ତାଙ୍କୁ ତାଙ୍କର ରଜ ଉଆସର ଓ ଧନରତ୍ନର ସୁରକ୍ଷା ଵିବ୍ରତ କଲା। ତେଣୁ ସେ କଂଗ୍ରେସ ଛାଡି ଅରପଟକୁ ପଳାଇଲେ। ସେ ଭଳି ନେତା କଂଗ୍ରେସର ଦରକାର ନାହିଁ। ସେମାନେ ଆରଏସଏସରେ ଯୋଗ ଦେଇ ଖୁସିରେ ରୁହନ୍ତୁ।