ରାଜ୍ୟ

ରକ୍ତଦାନ କରି କଏଦୀଙ୍କ ଜୀବନ ବଂଚାଇଲେ ମହିଳା କନଷ୍ଟେବଳ

Published

on

ମାଲକାନଗିରି ୧୩/୫ : ରକ୍ତଦାନ କରି ଜଣେ ବିଚାରାଧୀନ କଏଦୀଙ୍କ ଜୀବନ ବଞ୍ଚାଇଲେ ମାଲକାନଗିରି ଜିଲ୍ଲାର ଜଣେ ମହିଳା କନେଷ୍ଟବଳ ରଶ୍ମୀ ରାଣୀ ସତ୍ନାମ । ମାଲକାନଗିରି ଜିଲ୍ଲା କାରାଗାରରେ ରତନ ଭତ୍ରା ନାମକ ଜଣେ କଏଦୀ ରକ୍ତହୀନତାର ଶିକାର ହୋଇ ମାଲାକନଗିରି ଡାକ୍ତରଖାନାରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ରକ୍ତ ଅଭାବ ଥିବା ଜାଣିବାକୁ ପାଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ ରଶ୍ମୀ । ସାରା ବିଶ୍ୱ ମାତୃ ଦିବସ ପାଳନ କରୁଥିବା ବେଳେ ମାତୃ ଦିବସରେ କଏଦୀଙ୍କୁ ରକ୍ତଦାନ କରି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ମହିଳା କନେଷ୍ଟବଳ ।
ରତନ ଭତ୍ରା ଗଂଜେଇ ଚୋରା ଚାଲାଣ ମାମଲାରେ ଛନ୍ଦି ହୋଇ ଗତ କିଛି ମାସ ଧରି ମାଲକାନଗିରି ଜିଲ୍ଲା କାରାଗାରରେ ବିଚାରଧିନ କଏଦୀ ଭାବେ ସଜା କାଟୁଛନ୍ତି । ଗତ କିଛି ଦିନ ଧରି ରତନ ଅସୁସ୍ଥ ରହି ଆସୁଥିଲେ । ପରବର୍ତ୍ତୀ ସମୟରେ ସେ ରକ୍ତହୀନତାରେ ପୀଡିତ ଥିବା ଜେଲ ଫାର୍ମାସି, ଜେଲ ସୁପରିଟେଣ୍ଡେଂଟଙ୍କୁ ଜଣାଇଥିଲେ । ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ଦେଖି ତୁରନ୍ତ ରତନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ତାଙ୍କୁ ରକ୍ତ ଆବଶ୍ୟକତା ଥିବା ଡାକ୍ତର କହିବା ପରେ ମାଲକାଲିଗିରି ରିଜର୍ଭ ଅଫିସରେ କାର‌୍ୟ୍ୟରତ ମହିଳା କନେଷ୍ଟବଳ ରଶ୍ମୀ ରାଣୀ ସତ୍ନାମ ଆଗେଇ ଆସିଥିଲେ କଏଦୀଙ୍କ ଜୀବନ ବଂଚାଇବା ପାଇଁ ।

Leave a Reply

Your email address will not be published. Required fields are marked *

Trending

Exit mobile version