ନୂଆଦିଲ୍ଲୀ:ଏ ବର୍ଷ ରଥଯାତ୍ରା ହେବ ନ ନାହିଁ ସେ ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ଓଡିଶା ସରକାରଙ୍କ ଓକିଲଙ୍କୁ ରାତିରୁ ଉଠିବାକୁ ପଡିଥିଲା।
ଶୁଣାଣି ପ୍ରଥମେ ବିଚାରପତି ଅରୁଣ ମିଶ୍ରଙ୍କ କୋର୍ଟରେ ସକାଳେ ହୋଇଥିଲା। ଏବଂ ଅପରାହ୍ଣରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ।
ହେଲେ ଲଣ୍ଡନରେ ଥିବା ଓଡ଼ିଶା ସରକାରଙ୍କ ବରିଷ୍ଠ ଓକିଲ ହରିଷ ସାଲଭେଙ୍କ ପାଇଁ ଏହି ସମୟ ଟା ଅଡୁଆ ଥିଲା।
କେନ୍ଦ୍ର ସରକାରଙ୍କ ସୋଲିସିଟର ଜେନେରାଲ ତୁଷାର ମେହଟା ଶୁଣାଣି ଆରମ୍ଭ ହେବା ପୂର୍ବରୁ ସାଲଭେଙ୍କୁ ପଚାରିଥିଲେ ଲଣ୍ଡନରେ ସମୟ କେତେ ହୋଇଛି।
ସାଲଭେ କାହାଥିଲେ ସକାଳ ୬.୪0। ସେ କହିଥିଲେ ରାତିରୁ ଉଠିଲିଣି, କୋର୍ଟ କାମ ସରିଲେ ଯାଇ ଟିକେ ଶୋଇବି।
ଗତକାଲି ଅନୁଷ୍ଠିତ ଭରଚୁଆଲ କୋର୍ଟରେ ପ୍ରଧାନ ବିଚାରପତି ନଗପୁରସ୍ଥିତ ତାଙ୍କ ନିଜ ଘରେ ରହି ଶୁଣାଣି କରୁଥିଲେ। ତାଙ୍କ ଘର ଦେଖି ତୁଷାର ମେହଟା ବେଶ ପ୍ରଭାବିତ ହୋଇ ପଡ଼ିଥିଲେ। କହିଥିଲେ ଘରଟି ବେଶ ସୁନ୍ଦର ହୋଇଛି। ମୁଖ୍ୟ ବିଚାରପତି କହିଥିଲେ ପୁରଣା ଘରର ଗୋଟେ ନିଆରା ସୁନ୍ଦରତା ଥାଏ।
ସବୁଠାରୁ କୌତୁହଳର କଥା ରଥଯାତ୍ରା ଅନୁଷିତ ସମ୍ପର୍କରେ ରାୟ ଶୁଣାଇବା ବେଳକୁ ହଠାତ ମୁଖ୍ୟ ବିଚାରପତିଙ୍କ ମାଇକ ଖରାପ ହୋଇ ଯାଇଥିଲା।