ଦେଶ ବିଦେଶ

ରମଜାନ ପାଇଁ ଭୋଟଦାନ ସକାଳ ୫ଟାରୁ କରିବା ଦାବି ସୁପ୍ରିମକୋର୍ଟରେ ଖାରଜ

Published

on

ନୂଆଦିଲ୍ଲୀ ୧୩/୫ : ରମଜାନ ପାଇଁ ଭୋଟଦାନ ସକାଳ ୫ଟାରୁ କରିବାର ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ନିର୍ବାଚନ ଆୟୋଗ ମଧ୍ୟ ଏହି ଦାବିକୁ ଅବ୍ୟବହାରିକ କହି ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି କି, ସମୟ ନିର୍ଦ୍ଧାରଣ କରିବା ନିର୍ବାଚନ ଆୟୋଗର ଅଧିକାର । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ସମୟ ପର‌୍ୟ୍ୟାପ୍ତ । ସକାଳ ୭ଟାରୁ ଏତେ ଗରମ ହୁଏନି କି ଭୋଟଦାନ କରାଯାଇପାରିବ ନାହିଁ ।
ଏହା ପୂର୍ବରୁ ଓକିଲ ନିଜାମ ପାଶା ରମଜାନ ଓ ଗରମକୁ ଦେଖି ଶେଷ ପର‌୍ୟ୍ୟାୟ ମତଦାନର ସମୟକୁ ପରିବର୍ତ୍ତନ କରିବାକୁ ଦାବି କରିଥିଲେ । ତେବେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗକୁ ଏହି ମାମଲାର ବିଚାର କରିବାକୁ କହିଥିଲେ । କିନ୍ତୁ ନିର୍ବାଚନ ଆୟୋଗ ଏହାକୁ ମନା କରିଦେଇଥିଲେ । ସୂଚନାଯୋଗ୍ୟ, ଯେବେ ଲୋକସଭା ନିର୍ବାଚନ ତାରିଖର ଘୋଷଣା କରିଥିଲେ, ସେତେବେଳେ ଲୋକସଭା ନିର୍ବାଚନ ମଝିରେ ରମଜାନ ପଡୁଥିବାରୁ ଆପତ୍ତି ଉଠିଥିଲା । ଏହା ଉପରେ ଲଖନଉର ମୌଲାନା ଆୟୋଗକୁ ସମୟରେ ପରିବର୍ତ୍ତନ କରିବାକୁ ଦାବି କରିଥିଲେ ।
ଲୋକସଭା ନିର୍ବାଚନ କାର‌୍ୟ୍ୟକ୍ରମକୁ ନେଇ ଉତ୍ପନ୍ନ ହୋଇଥିବା ବିବାଦ ଉପରେ ନିର୍ବାଚନ ଆୟୋଗ କହିଥିଲା କି, “ରମଜାନର ପୁରା ମାସ ପାଇଁ ନିର୍ବାଚନ ସ୍ଥଗିତ କରିବା ସମ୍ଭବ ନୁହଁ । ମୁଖ୍ୟ ପର୍ବ ଦିନ ଓ ଶୁକ୍ରବାରକୁ ନିର୍ବାଚନ ମୁକ୍ତ ରଖାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version