ରାଜ୍ୟ

ରାଇରଙ୍ଗପୁରରେ ହେବ ନୂଆ ଷ୍ଟାଡିୟମ : ମୁଖ୍ୟମନ୍ତ୍ରୀ

Published

on

ରାଉରଙ୍ଗପୁର ୩/୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଇରଙ୍ଗପୁର ଅଂଚଳର ବିକାଶ ପାଇଁ ୩ଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ପ୍ରଥମଟି ହେଲା ରାଇରଙ୍ଗପୁରରେ ଏକ ସବଡିଭିଜନାଲ ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଏହା ପିପିପି ମୋଡରେ ନିର୍ମିତ ହେବ ଏବଂ ଏଥିରେ ୧୦୦ଟି ଶଯ୍ୟା ରହିବ । ଦ୍ୱିତୀୟରେ ରାଉରଙ୍ଗପୁରରେ ଏକ ଷ୍ଟାଡିୟମ ନିର୍ମାଣ ହେବ । ଏହାଛଡ଼ା ରାଇରଙ୍ଗପୁର ପାଇଁ ସ୍ୱତନ୍ତ୍ର ଏଡିଏମ ପଦବୀ ସୃଷ୍ଟି ହେବ ବୋଲି ଏଠାରେ ମିଶନଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସେ ଏହି ଅବସରରେ ରାଇରଙ୍ଗପୁର ଅଂଚଳର ୨୧ଟି ଜନହିତକାରୀ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏ ସବୁ ପ୍ରକଳ୍ପରେ ୪୫ କୋଟି ଟଙ୍କା ବ୍ୟୟ ହୋଇଛି । ଶ୍ରୀ ପଟ୍ଟନାୟକ ୧୫ଟି ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୋଟ ୯୬୦ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟ ହେବ ।

Leave a Reply

Your email address will not be published. Required fields are marked *

Trending

Exit mobile version