ରାଇରଙ୍ଗପୁର ୨/୧ : ସ୍ଥାନୀୟ ଲୋମାନେ ବୁଧବାର ୨୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ରାଇରଙ୍ଗପୁର ଓ ଟାଟା ମଧ୍ୟରେ ସଡ଼କ ଯୋଗାଯୋଗ ଏକପ୍ରକାର ଛିନ୍ନ ହୋଇଛି । ରାଇରଙ୍ଗପୁର ନିକଟସ୍ଥ ଦାନ୍ତବସ ଗାଁରେ ୩ ମାସରୁ ଅଧିକ ଦିନ ହେଲା ବିଦ୍ୟୁ୍ ଗ୍ରାନ୍ସଫର୍ମର ଅଚଳ ହୋଇଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ ତାହାକୁ ମରାମତି କରୁନଥିବାରୁ ଲୋକମାନେ ଉତ୍ତ୍ୟ ହୋଇ ରହିଥିଲେ । ବୁଧବାର ବିଦ୍ୟୁତ କର୍ମଚାରୀମାନେ ନୂଆ ଟ୍ରାନ୍ସଫର୍ମର ନ ଯୋଗଇ ପୁରୁଣା ଟ୍ରାନ୍ସଫର୍ମରକୁ ସ୍ଥାନାନ୍ତର କରିବା ପାଇଁ ଉଦ୍ରମ କରିଥିବାବେଳେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକମାନେ ବିଦ୍ୟୁତ୍ କର୍ମଚାରୀଙ୍କୁ ଅଟକାଇବା ସହ ୨୨୦ ନମ୍ବର ଜାତୀୟ ରାଜପଥରେ ରାସ୍ତାରୋକ କରିଥିଲେ ।