ରାଜନୀତି

ରାଉରକେଲାରେ ଯାଂଚ ହେଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

Published

on

ରାଉରକେଲା ୧୭/୪ : ନିର୍ବାଚନ କମିସନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ତରଫରୁ ନବୀନଙ୍କ ହେଲିକ୍ଟର ରାଉରକେଲାରେ ଯାଂଚ କରାଯାଇଛି । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଯାଂଚ ହେବା ସମୟରେ କୌଣସି ଯୁକ୍ତିତର୍କ ନକରି ମୁଖ୍ୟମନ୍ତ୍ରୀ ସାଧାରଣ ପ୍ରାର୍ଥୀ ପରି ହେଲିକପ୍ଟରରେ ବସିରହିଥିଲେ । ନିର୍ବାଚନ କମିସନଙ୍କ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କଲେ ବିଜେଡ଼ି ସଭାପତି ।
ଆସନ୍ତା କାଲି ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ । ଏପରି ସମୟରେ ଚାରିଆଡ଼େ ତୀକ୍ଷ୍ଣ ନଜର ରଖିଛନ୍ତି ନିର୍ବାଚନ କମିସନ୍ । ଚାରିଆଡ଼େ ଯାଂଚ କଡ଼ାକଡ଼ି କରୁଛନ୍ତି ନିର୍ବାଚନ କମିସନ । ଆଉ ଏଥରୁ ମୁଖ୍ୟମନ୍ତ୍ରୀ ବି ବାଦ ପଡ଼ିନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ବି ଯାଂଚ କରାଯାଇଛି । ଜଣେ ମୁଖ୍ୟମନ୍ତ୍ରୀ ହୋଇଥିଲେ ହିଁ ଫ୍ଲାଇଂ ସ୍କ୍ୱାର୍ଡ଼କୁ କୌଣସି ଜବାବ ସୁଆଲ କରିନଥିଲେ ମୁଖ୍ୟମନ୍ତ୍ରୀ । ତଦନ୍ତ କରିସାରିବା ପରେ ପୁରା ଟିମକୁ ଧନ୍ୟବାଦ ଜଣାଇଲେ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଲୋକେ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଏତେ ପସନ୍ଦ କରୁଛନ୍ତି । ତାଙ୍କର ଏପରି ବ୍ୟବହାର ଯୋଗୁଁ ହଁ ଲୋକଙ୍କ ପ୍ରିୟତମ ହୋଇପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *

Trending

Exit mobile version