National

ରାକ୍ଷୀ ବି ବାଦ ପଡିଲାନି ରାଜନୀତି ର ତୁତୁ ମେମେ ରୁ…

Published

on

ରାୟପୁର: ଅଗଷ୍ଟ ୩ ତାରିଖରେ ପଡୁଛି ରାକ୍ଷୀ ପୂର୍ଣ୍ଣିମା। ହିନ୍ଦୁ ଧର୍ମର ଭାଇ-ଭଉଣୀର ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ ଉତ୍ସବ।

ରାକ୍ଷୀ ଉତ୍ସବ ଅବ୍ୟବହିତ ପୁର୍ବରୁ ବିଜେପି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସରୋଜ ପାଣ୍ଡେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ରାକ୍ଷୀ ଓ ତିଳକ ପଠାଇଛନ୍ତି। ଏବଂ ଏକ ଚିଠି ଏହା ସହିତ ପଠାଇଛନ୍ତି।

ହେଲେ ଏହି ରାକ୍ଷୀକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ତୁତୁ ମେମେ ଆରମ୍ଭ ହୋଇଯାଇଛି ଛତିଶଗଡ଼ ରାଜନୀତିରେ।

ପାଣ୍ଡେ ଚିଠିରେ ବାଘେଲଙ୍କୁ ତାଙ୍କର ନିର୍ବାଚନ ପ୍ରତିଶ୍ରୁତି ବିଷୟରେ ମନେ ପକାଇ ଦେଇଛନ୍ତି। ଶାସନ କ୍ଷମତାକୁ ଆସିଲେ କଂଗ୍ରେସ ରାଜ୍ୟରେ ନିଶା ନିବାରଣ ଅଇନ ପ୍ରଚଳନ କରିବା ବୋଲି ଦଳ ପକ୍ଷରୁ ପ୍ରତିଶ୍ରୁତି ଦେଇଥିଲା। ବର୍ତମାନ ପାଖପାଖି ଦୁଇ ବର୍ଷ ହୋଇଗଲାଣି ସେ ବିଷୟରେ ବାଘେଲ ସରକାର ନିରବ ରହିଛି।

ରାଜ୍ୟର ଭଉଣୀମାନଙ୍କୁ ଦେଇଥିବା ପ୍ରତିଶୃତି ଭାଇ ବାଘେଲ କେବେ ପୁରାଣ କରିବେ ବୋଲି ପାଣ୍ଡେ ତାଙ୍କ ଚିଠିରେ ପ୍ରଶ୍ନ କରିଛନ୍ତି।

ହେଲେ ଛତିଶଗଡ଼ ରାଜନୀତିରେ ବିଚକ୍ଷଣ ରାଜନୀତିଜ୍ଞ ଭାବେ ଜଣାଶୁଣା ବାଘେଲ ମଧ୍ୟ ପାଣ୍ଡେଙ୍କ ଚିଠିର ଏକ ଠିକଣା ଜବାବ ଦେଇଛନ୍ତି।

“ଭଉଣୀ ସରୋଜ ପାଣ୍ଡେ, ଆଜି ତୁମର ଏହି ଭାଇ ଭୁପେଶ ରାଣ ଖାଇ କହୁଛି ଯେ ରାଜ୍ୟରେ ଖୁବ ଶୀଘ୍ର ସମ୍ପୂର୍ଣ ନିଶା ନିବାରଣ ଲାଗୁ ହେବ।”

ହେଲେ ପାଣ୍ଡେଙ୍କ ରାକ୍ଷୀ ଉପହରର ରାଜନୈତିକ ସମ୍ବାଦର ଏକ ରାଜନୈତିକ ପ୍ରତି-ସମ୍ବାଦ ନଦେଇ ଛାଡି ନାହାଁନ୍ତି ଭୁପେଶ।

ମୁଖ୍ୟମନ୍ତ୍ରୀ ଭୁପେଶ କହିଛନ୍ତି, “ଭଉଣୀ ପାଣ୍ଡେଙ୍କୁ ଧନ୍ୟବାଦ ଯେ ଆପଣ ଆପଣଙ୍କ ଦଳୀୟ ସାଥି ପୁର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ କିଭଳି ୧୫ ବର୍ଷ ଧରି ପ୍ରତିଶ୍ରୁତି ଦେଇ ଭାଙ୍ଗୁଥିଲେ ସେ ବିଷୟରେ ରାଜ୍ୟବାସୀଙ୍କୁ ମନେ ପକାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version