ଅପରାଧ

ରାଜଧାନୀରେ ଗୁଳି : ଦୁଇ ଗୁରୁତର

Published

on

ଭୁବନେଶ୍ୱର ୨୧/୧ : କିଛି ଦିନର ନିରବତା ପରେ ରାଜଧାନୀ ଭୁବନେଶ୍ୱରରେ ପୁଣିଥରେ ଗୁଳି ମାଡ଼ ହୋଇଛି । ସୋମବାର ବିଳମ୍ବିତ ରାତିରେ ବମିଖାଲ ଦୁର୍ଗାମଣ୍ଡପ ନିକଟରେ କେତେକ ଦୁର୍ବୃତ୍ତ ଏକ କାର ଉପରକୁ ଅତର୍କିତ ଗୁଳି ମାଡ଼ କରିଥିଲେ । ଦୁଇଜଣ ଯୁବକ କାର ନେଇ ଯାଉଥିବାବେଳେ ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ଫଳରେ ସେମାନେ ଭୟରେ କାରଟିକୁ ରଖି ଦେବାକ୍ଷଣି ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । କାର ଭିତରେ ଥିବା ଜଣକ ପିଠିରେ ଗୁଳି ବାଜିଥିଲା ଓ କାର ଭିତରେ ଥିବା ଅନ୍ୟଜଣେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭତ୍ତି କରାଯାଇଛି । ପୂର୍ବ ଶତ୍ରୁତା କି ଅନ୍ୟ କୋ÷ଣସି କାରଣରୁ ଏଭଳି ଆକ୍ରମଣ କରାଯାଇଛି ସେ ସମ୍ପର୍କରେ ପୋଲିସ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version