ଭୁବନେଶ୍ୱର ୧୧/୫ : ରାଜଧାନୀରେ ବିଜୁଳି ଓ ପାଣି ପାଇଁ ରାସ୍ତାରୋକ । ଆଜି ପୁଣି ଗଛ ପକାଇ ଟାୟାର ଜାଳି ରାସ୍ତାରୋକ କରୁଛନ୍ତି ଲିଙ୍ଗରାଜ ମନ୍ଦିର ନିକଟ ହାଟସାହିର ବାସିନ୍ଦା । ବିଜୁଳି ଦାବିରେ ଘଂଟା ଘଂଟା ଧରି ଲିଙ୍ଗରାଜ-ଜଟଣୀ ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକ । ବାତ୍ୟା ଫୋନି ଯିବାର ୮ ଦିନ ପରେ ବିଜୁଳି ସଂଯୋଗ ହୋଇପାରୁନଥିବାରୁ ତାତିଲେ ଲୋକେ । ପ୍ରଶାସନକୁ ଦେଲେ ଖୋଲା ଚେତାବନୀ । କହିଲେ ପାଣି ବିଜୁଳି ନଦେବା ଯାଏଁ ଅଚଳ ରହିବ ଗାଡି ଚଳାଚଳ ।
ତେବେ ଗତ ଶୁକ୍ରବାର ଦିନଠାରୁ ଅନେକ ସ୍ଥାନରେ ବିଜୁଳି ଓ ପାଣି ଲୋକମାନେ ପାଇପାରୁନାହାନ୍ତି । ପ୍ରବଳ ଗରମ ହେଉଥିବା କାରଣରୁ ବିନା ବିଜୁଳି ଓ ପାଣିରେ ରହିବା କଷ୍ଟ ହୋଇପଡିଛି । ପ୍ରଶାସନ ଯଥାଶୀଘ୍ର ପାଣି ଓ ବିଜୁଳି ସେବା ଯୋଗାଇ ଦିଆଯିବ ବୋଲି କହୁଥିବା ସମୟରେ ଏପର୍ୟ୍ୟନ୍ତ ମଧ୍ୟ ଅନେକ ସ୍ଥାନ ଏପରି ସୁବିଧାଠାରୁ ଦୂରରେ ରହିଛି ।