ଦେଶ ବିଦେଶ

ରାଜଧାନୀ ଏକ୍ସପ୍ରେସରେ ନିଆଁ

Published

on

ଭୁବନେଶ୍ୱର ୨୧/୧ : ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିଲେ ହେଁ ଏଥିରେ କେହି ମୃତାହତ ହୋଇନାହାନ୍ତି । ନୂଆଦିଲ୍ଲୀରୁ ରାଉରକେଲା ଦେଇ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସ ସୋମବାର ଜରୈକେଲା ଅତିକ୍ରମ କରିବା ପରେ ଏସି କୋଚ ବି-୭ର ପ୍ୟାନେଲ ବୋର୍ଡରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଅବଶ୍ୟ କିଛି ସମୟ ପରେ ନିଆଁ ଲିଭିଯାଇ ପ୍ରବଳମାତ୍ରାରେ ଧୂଆଁ ବାହାରିଥିଲା । ଯାତ୍ରୀମାନେ ଡ୍ୟୁଟିରେ ଥିବା ରେଳ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ସେମାନେ ତାହାକୁ ଗୁରୁତ୍ୱ ଦେଇନଥିଲେ । ଟ୍ରେନଟି ପ୍ରାୟ ୨୦ କିଲୋମିଟର ଅତିକ୍ରମ କରିବା ପରେ ପୁଣିଥରେ ପ୍ୟାନେଲ ବୋର୍ଡରୁ ନିଆଁ ଓ ଧୂଆଁ ବାହାରିଥିଲା । ଫଳରେ ଟ୍ରେନଟିକୁ ତିଲକା ନଗରରେ ରଖାଯାଇ ପ୍ୟାନେଲ ବୋର୍ଡ ମରାମତି କରାଯିବା ପରେ ଟ୍ରେନଟି ଗନ୍ତବ୍ୟ ପଥରେ ଯାଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version