ଭୁବନେଶ୍ୱର ୧୧/୫ : ରାଜଧାନୀ ଏକ୍ସପ୍ରେସରେ ନିଆଁ । ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ସମୟରେ ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗିଛି । ବାଲେଶ୍ୱର ଖନ୍ତାପଡ଼ା ଷ୍ଟେସନ ପାଖ ଅତାପୁର ନିକଟରେ ରାଜଧାନୀ ଏକ୍ସପ୍ରେସରେ ଲାଗିଲା ନିଆଁ । ଟ୍ରେନର ଶେଷକୁ ଥବା ଜେନେରେଟର ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁ ଲାଗିବା ପରେ ଜେନେରଟର ବଗିକୁ ଟ୍ରେନରୁ ଅଲଗା କରିଦିଆଯାଇଛି । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୩ଟି ଅଗ୍ନିଶମ ବିଭାଗ ଗାଡ଼ି ଉଦ୍ୟମ ଜାରି ରଖିଛି । ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କ କ୍ଷତି ନହୋଇଥିବା ସୂଚନା ମିଳିଛି ।