ସାଲେପୁର ୧୪/୧୨ : ମାହାଙ୍ଗାର ନୃତାଙ୍ଗ ଗ୍ରାମରେ ରାଜନୈତିକ ଶତ୍ରୁତାକୁ ନେଇ ସଂଘର୍ଷ ହୋଇଛି । ଏଥିରେ ବିକାଶ ଜେନା ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଗତ ଗୁରୁବାର ଏହି ସଂଘର୍ଷ ଘଟିଥିଲା । ବିକାଶଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ତାଙ୍କର ସେଠାରେ ମୃତ୍ୟୁ ଘଟିଛି ।