ଭୁବନେଶ୍ୱର: ଓଡିଶା ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ଭାଗନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିନକୁହିଁ ଧନ୍ୟବାଦ ଦେଇଥିଲେ।
ରାଜ୍ୟରେ କୋଭିଡ଼ ପରିଚାଳନାରେ ତାଙ୍କ ସରକାରର ପଦକ୍ଷେପ ଉପରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ଓଡ଼ିଶାରେ କୋଭିଡ଼ର ପ୍ରଥମ ରୋଗୀ ଚିହ୍ନଟ ହେବାର ପୂର୍ବରୁ ଏହାକୁ ଏକ ବିପର୍ଯ୍ୟୟ ଭାବରେ ଘୋଷଣା କରିବାରେ ଆମେ ଥିଲୁ ଦେଶର ଅଳ୍ପ କେତେକ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ ଜାତୀୟ ସ୍ତରରେ ଲକଡ଼ାଉନ ଘୋଷଣାର ବହୁ ପୂର୍ବରୁ ଆମ ରାଜ୍ୟ ଓଡ଼ିଶା ପ୍ରତିଷେଧକ ମୂଳକ ପଦକ୍ଷେପ ଭାବରେ ଲକ୍ଷ୍ୟ ଭିତ୍ତିକ ଲକଡ଼ାଉନ ଘୋଷଣା କରିଥିଲା। ସାରା ରାଜ୍ୟରେ କୋଭିଡ଼ ନିୟମାବଳୀକୁ କଡ଼ାକଡ଼ି ଭାବରେ ଲାଗୁ କରିଥିଲୁ ଏହା ହିଁ ଭାଇରସ ସଂକ୍ରମଣକୁ ରୋକିବାରେ ବହୁ ପରିମାଣରେ ସାହାଯ୍ୟ କରିଥିଲା।”
କେବଳ କୋଭିଡ଼ ରୋଗର ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ dedicated କୋଭିଡ଼ ଡ଼ାକ୍ତରଖାନା କରିବାରେ ଓଡ଼ିଶା ହିଁ ଥିଲା ପ୍ରଥମ ରାଜ୍ୟ ବଡ଼ ବଡ଼ ଘରୋଇ ଡ଼ାକ୍ତରଖାନା ସହିତ ମିଶି ଆମେ ସାରା ରାଜ୍ୟରେ କୋଭିଡ଼ ଡ଼ାକ୍ତରଖାନା ଖୋଲିଥିଲୁ ଏସବୁ କାମ ରେକର୍ଡ଼ ସମୟ ମଧ୍ୟରେ ବ୍ୟବସ୍ଥା କରାଯାଇଥିଲା covid care centre ଏବଂ temporary medical camp ସହିତ ଏହି କୋଭିଡ଼ ଡ଼ାକ୍ତରଖାନାଗୁଡ଼ିକ କମ୍ ସମୟ ମଧ୍ୟରେ ହଜାର ହଜାର ରୋଗୀକୁ ସଫଳ ଭାବରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ ଅଗଷ୍ଟ-ସେପ୍ଟେମ୍ବର ୨୦୨୦ ମାସରେ ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସଂକ୍ରମଣ ସମୟରେ ମଧ୍ୟ ଯେପରି ଲୋକମାନେ ଆତଙ୍କିତ ହେବେ ନାହିଁ ସେ ଦିଗରେ ଏହି ଡ଼ାକ୍ତରଖାନାଗୁଡ଼ିକ ଏବଂ ଆମ୍ବୁଲାନ୍ସ ସେବା ତାର ନିରଳସ ଉଦ୍ୟମ ଜାରି ରଖିଥିଲା
ସେ ସଙ୍କଟ ସମୟରେ ଓଡ଼ିଶା ବାହାରେ ରହୁଥିବା ଆମର ଲକ୍ଷ ଲକ୍ଷ ଭାଇ ଭଉଣୀ ନିଜ ନିଜ ଘରକୁ ଫେରିଥିଲେ ସେହି ଦାୟିତ୍ବକୁ ଆମେ ଅତ୍ୟନ୍ତ ଦକ୍ଷତା ଓ ସମ୍ବେଦନଶୀଳତାର ସହ ନିର୍ବାହ କରିଥିଲୁ ଗାଁ ସ୍ତର ପର୍ଯ୍ୟନ୍ତ ଏଭଳି ବିପୁଳ ସଂଖ୍ୟାରେ ସଙ୍ଗରୋଧ କେନ୍ଦ୍ର ଖୋଲିବାରେ ଆମେ ସମ୍ଭବତଃ ଦେଶର ଏକମାତ୍ର ରାଜ୍ୟ ଥିଲୁ ସାରା ରାଜ୍ୟରେ କୋଭିଡ଼ ସଙ୍କଟର ସଫଳ ମୁକାବିଲା ପାଇଁ ଆମର ସରପଞ୍ଚ, ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତିର ମା’ମାନେ ଏବଂ ଆଶା କର୍ମୀଙ୍କ ପରି କ୍ଷେତ୍ର କର୍ମଚାରୀ ମାନେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦାୟିତ ନିର୍ବାହ କରିଥିଲେ
ଆମ କୋଭିଡ଼ ପରିଚାଳନାର ବିଶେଷତ୍ବ ଥିଲା ପରୀକ୍ଷା ଠାରୁ ଆରମ୍ଭ କରି treatment ପର୍ଯ୍ୟନ୍ତ ସବୁକିଛି ସମସ୍ତଙ୍କ ପାଇଁ ମାଗଣାରେ ହିଁ ମିଳୁଥିଲା କୋଭିଡ଼ ପଜିଟିଭ ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରିବା, ଅଲଗା ରଖିବା ତଥା treatment କରିବାରେ ଏହା ବିଶେଷ ସହାୟକ ହୋଇଥିଲା ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା କମ୍ କରିବାରେ ଏହା ଥିଲା ଏକ ମୁଖ୍ୟ କାରଣ କୋଭିଡ଼ ପରିଚାଳନା ରେ ଗୋଷ୍ଠୀକୁ ଅନ୍ତଭୁର୍କ୍ତ କରିବା ଦ୍ବାରା ଆମେ ବ୍ୟାପକ ସଚେତନତା ସୃଷ୍ଟି କରିପାରିଥିଲୁ ଏବଂ ସ୍ଥାନୀୟ ଭାବରେ ମଧ୍ୟ କୋଭିଡ଼ ରୋଗ ପରିସ୍ଖଳନା ଠିକ୍ ଭାବରେ କରିପାରିଥିଲୁ
ମହାମାରୀର ସଫଳ ମୁକାବିଲା ପାଇଁ ଓଡ଼ିଶା WHO ତଥା ଅନ୍ୟ ପ୍ରସିଦ୍ଧ ଅନୁଷ୍ଠାନଗୁଡ଼ିକ ଦ୍ବାରା ମଧ୍ୟ ପ୍ରଶଂସିତ ହୋଇଛି
କୋଭିଡ ପରିଚାଳନା ମୁଖ୍ୟମନ୍ତ୍ରୀ ପଞ୍ଚାୟତ ପ୍ରତିନିଧିମାନଙ୍କ ଠାରୁ ଆରମ୍ଭ କରି ମିଶନ ଶକ୍ତିର ମା ମାନଙ୍କୁ, ପ୍ରଶାସନ ସ୍ବାସ୍ଥ୍ୟ ବିଭାଗର କର୍ମସ୍ଖରୀ, ପୋଲିସ ଇତ୍ୟାଦି ସମସ୍ତଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ କହିଥିଲେ ଯେ କରୋନା ବିରୋଧରେ ସଂଗ୍ରାମରେ ଶହୀଦ ହୋଇଥିବା ଆମର କୋଭିଡ଼ ଯୋଦ୍ଧାମାନଙ୍କ ତ୍ୟାଗକୁ ଆମେ ସବୁଦିନ ଶ୍ରଦ୍ଧାର ସହ ସ୍ମରଣ କରୁଥିବୁ।
ପଟ୍ଟନାୟକ କହିଥିଲେ ଯେ ମହାମାରୀ ସତ୍ୱେ ରାଜ୍ୟର ରାଜସ୍ୱ ୭.୩% ବୃଦ୍ଧି ପାଇଛି। ଏହି ଅସ୍ୱାଭାବିକ ପରିସ୍ଥିତି ସତ୍ୱେ ଓଡ଼ିଶା ଦେଶର ଏକ ପ୍ରମୁଖ ପୁଞ୍ଜିନିବେଶ ସ୍ଥାନ ହୋଇପାରିଛି। ଗତ ଏକ ବର୍ଷ ମଧ୍ୟରେ ଓଡ଼ିଶାରେ ୧.୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ହୋଇଛି।