ଭୁବନେଶ୍ୱର ୨୨/୫ : ୧୯ ମହାଯୁଦ୍ଧର ଫଳାଫଳ । ଆଉ ଏହାରି ଭିତରେ ଦମ୍ଭୋକ୍ତି ଦେଖାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି, ଘଷିପୁରା ଓ ଭଣ୍ଡାରୀପୋଖରୀ ଦୁଇଟି ଆସନରୁ ସେ ବିଜୟ ମୁକୁଟ ପିନ୍ଧିବେ । ତେବେ ରାଜ୍ୟରେ ସରକାର ଗଢିବା ପାଇଁ କଂଗ୍ରେସ ଆଶାବାଦୀ ନଥିବା କହିଛନ୍ତି ପିସିସି ସଭାପତି । କିନ୍ତୁ ଗତ ନିର୍ବାଚନରେ କଂଗ୍ରେସ ଯେତିକି ସିଟ୍ ପାଇଥିଲା, ଚଳିତ ନିର୍ବାଚନରେ ତାଠୁ ଅଧିକ ସିଟ୍ ପାଇବ ବୋଲି ନିରଞ୍ଜନ କହିଛନ୍ତି । କଂଗ୍ରେସ ଫାଇଟ୍ ଦେଇଛି, ଫଳାଫଳ କ’ଣ ହେବ ଅଲଗା କଥା । ତେବେ ଦକ୍ଷିଣ ଓ ଉପକୂଳ ଓଡିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପିସିସି ସଭାପତି ।
ଅନ୍ୟପଟେ କଂଗ୍ରେସ ପ୍ରମୁଖ ବିରୋଧୀ ଦଳରେ ରହିବ କି ନାହିଁ, ସେନେଇ ସନ୍ଦେହ ପ୍ରକଟ କରିଛନ୍ତି ନିରଞ୍ଜନ । ସେ କହିଛନ୍ତି, ବିଜେପି-ବିଜେଡି ମିଶିଗଲେ, କଂଗ୍ରେସ ପ୍ରମୁଖ ବିରୋଧୀ ହେବ । ସେପଟେ ଦେଶରେ ମୋଦିଙ୍କୁ ଚେକ୍ ଦେବା ପାଇଁ କଂଗ୍ରେସ ଯେଉଁ ରଣନୀତି କରୁଛି, ସେଥିରେ ବିଜେଡିର ରଣନୀତି କ’ଣ ରହିବ ତା’ଉପରେ ରହିଛି ସମସ୍ତଙ୍କ ନଜର । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ମହାମେଣ୍ଟର ବୈଠକରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିମନ୍ତ୍ରଣ ପରେ ରାଜ୍ୟ ରାଜନୀତିର ପାରଦ ବଢିଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗ ଦେବେ କି ନାହିଁ, ତାହା ମଧ୍ୟ ବଡ ପ୍ରଶ୍ନ । ନେହାଇପାରନ୍ତି ।