ରାଜନୀତି

ରାଜ୍ୟରେ ସରକାର ପରିବର୍ତ୍ତନ ନିଶ୍ଚିତ : ଧର୍ମେନ୍ଦ୍ର

Published

on

ଜଳେଶ୍ୱର ୧୩/୧ : ଓଡ଼ିଶାରେ ସରକାର ପରିବର୍ତ୍ତନ ନିଶ୍ଚିତ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୋର ଦେଇ କହିଛନ୍ତି । ରବିବାର ବିଜେପିର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଉପରେ ଲୋକ ଖୁବ ଅସନ୍ତୁଷ୍ଟ ଥିବାରୁ ଶାସନ ବଦଳାଇବାକୁ ସେମାନେ ଚାହୁଁଛନ୍ତି । ରାଜ୍ୟରେ ବେରୋଜଗାରି ସମସ୍ୟା ଉକ୍ରଟ ହୋଇଥିବାରୁ ଲୋକମାନେ ବାହାର ରାଜ୍ୟକୁ ଯାଇ କାମ କରୁଛନ୍ତି । ସରକାର ସେମାନଙ୍କୁ କାମ ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । କୃଷି କ୍ଷେତ୍ରରେ ବି ବହୁ ସମସ୍ୟା ରହିଛି । ମଣ୍ଡିରେ ଚାଷୀ ଠିକ୍ ଦରରେ ଧାନ ବିକ୍ରି କରିପାରୁନାହାନ୍ତି । ଅନେକ ଅଂଚଳକୁ ବିଶୁଦ୍ଧ ଜଳ ଯୋଗାଇ ଦିଆଯାଇନଥିବା ବେଳେ ସରକାର ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ମଧ୍ୟ ଦେଇପାରୁନାହାନ୍ତି । ରାଜ୍ୟରେ ଶିଳ୍ପ ସମସ୍ୟା ମଧ୍ୟ ବେଶ୍ ଉକ୍ରଟ ବୋଲି ଦର୍ଶାଇ ଶ୍ରୀ ପ୍ରଧାନ ଏଥିପାଇଁ ରାଜ୍ୟର ବିଜେଡ଼ି ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି । ଅପର ପକ୍ଷରେ ସୁଶାସନ ଯୋଗୁ ବିଜେପି ନେତୃତ୍ୱାଧୀନ ମୋଦୀ ସରକାର କେନ୍ଦ୍ରରେ ପୁଣି ଥରେ କ୍ଷମତାକୁ ଫେରିବେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version