ଭୁବନେଶ୍ୱର ୨୧/୧ : ଆଜି ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ବର୍ତ୍ତମାନସୁଦ୍ଧା ପଞ୍ଜିକୃତ ହୋଇଥିବା ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୧୮ ଲକ୍ଷ ୭୮୭ । ସେଥିରେ ପୁରୁଷଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ ୩୭ ହଜାର ୩୧୦ ହୋଇଥିବାବେଳେ, ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୫୪ ଲକ୍ଷ ୬୦ ହଜାର ୫୪୫ । ପ୍ରଥମ ଥରପାଇଁ ୧ ଲକ୍ଷ ୯୦ ହଜାର ୩୭ ଜଣ ଦିବ୍ୟାଙ୍ଗ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି । ଚୂଡାନ୍ତ ଭୋଟର ତାଲିକାରେ ୧୮ ରୁ ୧୯ ବର୍ଷ ମଧ୍ୟରେ ଥିବା ଭୋଟରଙ୍କ ସଂଖ୍ୟା ୫ ଲକ୍ଷ ୪୫ ହଜାର ୪୦୧ । ପୂର୍ବ ଭୋଟର ତାଲିକାରେ ଏହି ସଂଖ୍ୟା ଥିଲା ୧ ଲକ୍ଷ ୩୩ ହଜାର ୮୯୬ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।