National

ରାଜ୍ୟର ଋଣଭାର ଲକ୍ଷେ କୋଟି ଛୁଇଁଲାଣି

Published

on

  1. ଭୁବନେଶ୍ୱର: ରାଜ୍ୟର ମୋଟ ଋଣ ପରିମାଣ ଲକ୍ଷେ କୋଟି ଟଙ୍କାକୁ ଛୁଇଁଲାଣି। ରାଜ୍ୟ ବିଧାନସଭାରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ ଉପରେ ହୋଇଥିବା ଆଲୋଚନାର ଉତ୍ତର ରଖିବା ବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ଚଳିତ ସେପ୍ଟେମ୍ବର ମାସ ସୁଦ୍ଧା ରାଜ୍ୟର ମୋଟ ଋଣଭର ୯୭,୮୨୩ କୋଟି ଟଙ୍କାରେ ପହଁଚିଛି।। ତେବେ ରାଜ୍ୟର ଋଣଭାର ପୋଷଣୀୟ ସ୍ତରରେ ରହିଛି ବୋଲି ସେ କହିବା ସଙ୍ଗେ ସଙ୍ଗେ କହିଛନ୍ତି ଯେ ଓଡିଶା ଆର୍ଥିକ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଆଇନ ଅନୁଯାୟୀ ଋଣଭାର- ସକଳ ଘରୋଇ ଉତ୍ପାଦର ଅନୁପାତ ୨୫ ପ୍ରତିଶତ ରହିବାର ଆବଶ୍ୟକତା ଥିବାବେଳେ ବର୍ତମାନ ୧୬.୪ ପ୍ରତିଶତ ରହିଛି। ସେହିଭଳି ସୁଧ ଦେୟ- ରାଜସ୍ବ ଆୟର ଅନୁପାତ ୧୫ ପ୍ରତିଶତ ରହିବାର ଆବଶ୍ୟକତା ଥିବାବେଳେ ଏହା ବର୍ତମାନ ୩.୪ ପ୍ରତିଶତ ରହିଛି ତେଣୁ ରାଜ୍ୟର ଋଣଭାର ପୋଷଣୀୟ ସ୍ତରରେ ରହିଛି ବୋଲି ଅର୍ଥମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version