ରାଜନୀତି

ରାଜ୍ୟସଭା ନିର୍ବାଚନ ପାଇଁ ଦେବଗୌଡ଼, ଦିଗବିଜୟ, ଶିବୁ ସରେନ, ଜ୍ୟୋତିରଦିତ୍ୟ ପାଗ ଭିଡ଼ିଲେଣି

Published

on

ନୂଆଦିଲ୍ଲୀ: ପୁର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡ଼, ମଧ୍ୟପ୍ରଦେଶ ମହାରାଜ ଦିଗବିଜୟ ସିଂହ, ଯୁବରାଜ ଜ୍ୟୋତିରଦିତ୍ୟ ସିନ୍ଧିଆ,ଝାଡ଼ଖଣ୍ଡ ଷ୍ଟ୍ରଙ୍ଗମ୍ୟାନ ଶିବୁ ସୋରେନ ରାଜ୍ୟସଭା ଯିବାକୁ ପାଗ ଭିଡି ସାରିଲେଣି।

ଆସନ୍ତା ୧୯ରେ ହେବାକୁଥିବା ୧୮ଟି ରାଜ୍ୟସଭା ସଭ୍ୟପଦ ପାଇଁ ନିର୍ବାଚନକୁ ନେଇ ଏବେ ଦେଶର ରାଜନୀତି ସରଗରମ ହେଲାଣି। ଗୁଜରାଟର ଓ ଅନ୍ଧ୍ର ପ୍ରଦେଶରେ ୪ଟି,ମଧ୍ୟପ୍ରଦେଶ ଓ ରାଜସ୍ଥାନ ର ୩ଟି,ଝାଡଖଣ୍ଡର ୨ଟି ଏବଂ ମଣିପୁର ଓ ମେଘାଳୟର ଗୋଟିଏ ଲେଖାଏଁ ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି।
ମଧ୍ୟପ୍ରଦେଶର ତିନୋଟି ଆସନ ମଧ୍ୟରୁ ବିଜେପି ପ୍ରାର୍ଥୀଭାବେ ଜ୍ୟୋତିରଦିତ୍ୟ ସିନ୍ଧିଆ ଓ କଂଗ୍ରେସ ପ୍ରାର୍ଥୀ ଭାବେ ଦିଗବିଜୟ ସିଂହ ରାଜ୍ୟସଭାକୁ ଯିବା ସୁନିଶ୍ଚିତ। ସେହିଭଳି କଂଗ୍ରେସ ଓ ଜେ ଏମ ଏମର ପାର୍ଥି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ମଧ୍ୟ ନିର୍ବାଚିତ ହେବା ସୁନିଶ୍ଚିତ।

କର୍ଣ୍ଣାଟକରେ ଜନତା ଦଳ (ସିକୁଲାର) କଂଗ୍ରେସ ସହାୟତାରେ ଦଳର ସର୍ବୋଚ୍ଚ ନେତା ଦେବଗୌଡ଼ଙ୍କୁ ରାଜ୍ୟସଭା ପଠାଇବାର ରାସ୍ତା ସଫା କରିଛି।

ହେଲେ କଂଗ୍ରେସ ଦଳର ପ୍ରାର୍ଥୀ କିଏ ହେବ ସେ ନେଇ ବିବାଦ ତୁଟିନି । ସତସ୍ତରୀ ବର୍ଷୀୟ ମଲ୍ଲିକାଅର୍ଜୁନ ଖଡ଼ଗେ ନା ଛପନ ବର୍ଷୀୟ ରାଜୀବ ଗୌଡ଼? ଦଳିତ ଖଡ଼ଗେ ନା ଭୋକାଲିଗା ଗୌଡ଼?

ତେବେ ଗୁଜରାଟରେ କଂଗ୍ରେସ ଅବସ୍ଥା ଖରାପ ହେବାରେ ଲାଗିଛି। ମାର୍ଚ୍ଚ ମାସରେ ୫ ଜଣ ବିଧାୟକ ଇସ୍ତଫା ଦେବା ପରେ ଏବେ ଆଉ ଦୁଇଜଣ ଇସ୍ତଫା ଦେଇ ସାରିଲେଣି। ବିଜେପିର ୧୧୩ ବିଧାୟକ ଥିବାବେଳେ କଂଗ୍ରେସର ବିଧାୟକ ସଂଖ୍ୟା ୬୬କୁ ଖସିଗଲାଣି। ଇତି ମଧ୍ୟରେ ବିଜେପି ଚତୁର୍ଥ ଆସନ ପାଇଁ ଏହାର ତୃତୀୟ ପ୍ରାର୍ଥୀ ଭାବେ ପୁର୍ବତନ କଂଗ୍ରେସ ନେତା ନରହରି ଅମିନଙ୍କୁ ପାର୍ଥି କରି ନିର୍ବାଚନ ଲଢ଼େଇ ପାଇଁ ପ୍ରସ୍ତୁତ ହେଲାଣି। ଏଭଳି ପରିସ୍ଥିତିରେ କଂଗ୍ରେସର ଦ୍ଵିତୀୟ ଆସନଟି ଜିତିବା କଷ୍ଟକର ହୋଇପଡିବ।

Leave a Reply

Your email address will not be published. Required fields are marked *

Trending

Exit mobile version