ଭୁବନେଶ୍ୱର ୩୦/୩ : ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ରଘୁନାଥ ମହାନ୍ତିଙ୍କ ଇସ୍ତଫା । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ପତ୍ର ଦେଇଛନ୍ତି ରଘୁନାଥ । ତେବେ ବସ୍ତା ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ରଘୁନାଥ ମହାନ୍ତି । ଏହି ଆସନରୁ ୫ ଥର ବିଧାୟକ ହୋଇ ଶାସକ ବିଜେଡି ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ତୁଲାଇଛନ୍ତି ରଘୁ । ତେବେ ପଦବୀରୁ ଇସ୍ତଫା ଦେବାପରେ ଟିକେଟ୍ ପାଇବା ନେଇ ରଘୁନାଥ କହିଛନ୍ତି କି, ଦଳ ଉପରେ ନିର୍ଭର କରେ ଟିକେଟ୍ ବେ କି ନାହିଁ । ମୁଁ ବିଜେଡିରେ ଅଛି ।