ରାଜନୀତି

ରାଜ୍ୟ ବଜେଟ୍ ୨୦୧୮-୧୯

Published

on

୧. ରାଜ୍ୟ ବଜେଟ୍ ରାଜ୍ୟର ଅର୍ଥନୀତିକୁ ଅଧିକ ସୁଦୃଢ଼ ଓ ସମୃଦ୍ଧ କରିବାରେ ସହାୟକ ହେବ ।
୨. ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୨୦୦୦ ମସିହାରେ ରାଜ୍ୟର ଶାସନ ଭାର ସଂଭାଳିବା ପରଠାରୁ ରାଜ୍ୟ ଅର୍ଥନୀତିକୁ ସୁଦୃଢ଼ କରିବା ଏକ ନିରନ୍ତର ପ୍ରକ୍ରିୟା ହୋଇଛି ।
୩. ବିଜେଡି ସରକାର କ୍ଷମତାକୁ ଆସିଲା ବେଳକୁ ରାଜ୍ୟ ର ଅର୍ଥନୀତି ଦୋବାଳିଆ ହୋଇ ଯାଇଥିଲା । ରାଜ୍ୟ ଚଳାଇବାକୁ ପ୍ରତି ଦିନ ରୁଣ କରିବାକୁ ପଡୁଥିଲା ।
୪. କଠିନ ବିତିୟ ଶୃଙ୍ଖଳା ଫଳରେ ରାଜ୍ୟ ଆଜି ଆର୍ଥିକ ଦୃଷ୍ଟିକୋଣରୁ ବେଶ୍ ସ୍ୱଚ୍ଛଳ ହୋଇ ପାରିଛି ।
୫. ବଜେଟ୍ର କଳେବର ବିଗତ ୧୭ ବର୍ଷରେ ଦଶ ଗୁଣ ବୃଦ୍ଧି ପାଇଛି । ୨୦୦୦-୦୧ରେ ବଜେଟ ର ପରିମାଣ ୧୧,୦୪୭ କୋଟି ଟଙ୍କା ଥିବା ବେଳେ ବର୍ତମାନ ତାହା ୧ଲକ୍ଷ ୧୧ ହଜାର କୋଟି ଟଙ୍କାରେ ପହଂଚିଛି ।
୬. ବିଗତ ଦଶ ବର୍ଷ ଧରି ରାଜ୍ୟ ସରକାର ରାଜସ୍ୱ ବଳକା ବଜେଟ୍ ଉପସ୍ଥାପନ କରିବାରେ ସକ୍ଷମ ହେଇଛନ୍ତି । ଫଳରେ ସରକାର ବିକାଶ କାର୍ଯ୍ୟରେ ଅଧିକ ପୁଞ୍ଜି ନିବେଶ କରିପାରିଛନ୍ତି ।
୭. ରାଜ୍ୟର ଯୋଜନା ଖର୍ଚ୍ଚର ଆକାର ବ୍ୟାପକ ଭାବେ ବୃଦ୍ଧି ପାଇଛି । ୨୦୦୦-୦୧ରେ ଯୋଜନା ଖର୍ଚ୍ଚ ମାତ୍ର ୨,୪୮୨କୋଟି ଟଙ୍କା ଥିବା ବେଳେ ବର୍ତମାନ ତାହା ୫୦,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
୮. ଅର୍ଥନୈତିକ କ୍ଷେତ୍ର ଓ ସାମାଜିକ କ୍ଷେତ୍ରରେ ଖର୍ଚ୍ଚ ପରିମାଣ ବୃଦ୍ଧି କରିବାରେ ସଫଳ ହୋଇଛି । ଏହା ବର୍ତମାନ ମୋଟ ବଜେଟ୍ର ଯଥାକ୍ରମେ ୩୬% ଓ ୩୪% ହୋଇ ପାରିଛି ।
୯. ପୁଞ୍ଜି ଖର୍ଚ୍ଚ ୨୦୦୩-୦୪ ବେଳକୁ ମାତ୍ର ୮୫୩ କୋଟି ଟଙ୍କା ଥିବା ବେଳେ ବର୍ତମାନ ତାହା ୧୬୭୫୦ କୋଟି ଟଙ୍କାରେ ପହଂଚିଛି ।
୧୦. ଅଣ-ଯୋଜନା ଖର୍ଚ୍ଚ ଯାହା ୨୦୦୩-୦୪ରେ ବଜେଟ୍ର ୮୨% ଥିଲା ତାହା ବର୍ତମାନ ୫୨%କୁ ଖସି ଆସିଛି ।
୧୧. ଆମେ ରୁଣ କରି ଘିଅ ପିଉ ନାହୁଁ । ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ହେଲେ ରୁଣ କରିବାକୁ ପଡେ । ତେବେ ରୁଣ କରିବା ବେଳେ ମଧ୍ୟ ସରକାର ବିତୀୟ ଶୃଙ୍ଖଳାକୁ ଧ୍ୟାନ ଦେଇଛନ୍ତି । କେନ୍ଦ୍ର ଅର୍ଥ କମିଶନ ଆମକୁ ମୋଟ ଜିଏସ୍ଡିପିର ୨୫% ପର୍ଯ୍ୟନ୍ତ ରୁଣ କରିବାକୁ କ୍ଷମତା ହେଇଛନ୍ତି । କିନ୍ତୁ ବର୍ତମାନ ସୁଦ୍ଧା ଆମର ରୁଣ ପରିମାଣ ମାତ୍ର ୧୮% ରହିଛି । ୨୦୦୨-୦୩ରେ ଏହା ମୋଟ ଜିଏସ୍ଡିପିର ୫୦.୭୩% ଥିଲା ।
୧୨. ବିତୀୟ ଶୃଙ୍ଖଳାର ଅନ୍ୟ ଏକ ପରିମାପ ହେଉଛି ବିତୀୟ ନିଅଂଟ । ରାଜ୍ୟର ବିତୀୟ ନିଅଂଟ ପରିମାଣ ଅର୍ଥ କମିଶନଙ୍କର ଧାର୍ଯ୍ୟ ୩.୫%ରେ ହିଁ ରହିଛି ।
୧୩. ରାଜ୍ୟ ସରକାର ଆଗାମୀ ବଜେଟ୍ରେ କୃଷି, ଗ୍ରାମାଂଚଳର ବିକାଶ, ଭିତିଭୂମୀର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସାମାଜିକ କ୍ଷେତ୍ର ସମେତ ଗରିବ ଏବଂ ସାଧାରଣ ମଣିଷର ସାମାଜିକ ନିରାପତା ଉପରେ ଗୁରୁତ୍ୱ ଆରୋପ କରିବେ ଏଥିରେ ସନ୍ଦେହ ନାହିଁ ।
୧୪. ବିଗତ ବଜେଟ୍ଗୁଡିକରେ ମଧ୍ୟ ସରକାର ଏହି ଦିଗ ପ୍ରତି ଗୁରୁତ୍ୱ ଦେଇ ଆସିଥିବାରୁ ରାଜ୍ୟରେ ବିକାଶର ଏକ ଦ୍ରୁତ ତଥା ନିରନ୍ତର ପ୍ରକ୍ରିୟା ଜାରି ରହିଛି ।
୧୫. ଲୋକଙ୍କର ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି । ଲୋକଙ୍କର ସମ ବିକାଶ ଘଟିଛି । ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଲୋକଙ୍କର ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଶିଶୁ ମୃତ୍ୟୁ ହାର ଦ୍ରୁତ ଗତିରେ ଖସି ୪୦ରେ ପହଂଚିଛି । ରାଜ୍ୟକୁ କୃଷି କର୍ମଣ ପୁରସ୍କାର ମିଳିଛି । ଗ୍ରାମ୍ୟ ରାସ୍ତା ନିର୍ମାଣରେ ପାରଦର୍ଶିତା ଦେଖାଇଛୁ । ରପ୍ତାନୀ କ୍ଷେତ୍ରରେ ଦେଶରେ ଚମ୍ପିଆନ୍ ହୋଇଛୁ ।
୧୬. ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ରହିଛି । ୨୦୧୬-୧୭ରେ ଏହା ୭.୯୪ ପ୍ରତିଶତ ଥିବାବେଳେ ଜାତୀୟ ହାର ୯.୨ ପ୍ରତିଶତ ଥିଲା । ୨୦୧୭-୧୮ରେ ରାଜ୍ୟର ଅଭିବୃଦ୍ଧି ହାର ୭.୧୪ ପ୍ରତିଶତ ହେବ ବୋଲି ଆକଳନ କରାଯାଇଥିବାବେଳେ ଜାତୀୟ ହାର ୬.୫ ପ୍ରତିଶତ ରହିବ ।
୧୭. ନିର୍ବାଚନ ନୁହେଁ ରାଜ୍ୟର ଦ୍ରୁତ ବିକାଶ ପାଇଁ ବଜେଟ୍ ହୋଇ ଆସିଛି ଏବଂ ଆଗାମୀ ବଜେଟ୍ ମଧ୍ୟ ତାହା ହେବ ।

Leave a Reply

Your email address will not be published. Required fields are marked *

Trending

Exit mobile version