ରାଜନୀତି

ରାଜ୍ୟ ସରକାର ଆଜି ନୂଆ ପାକେଜ ଘୋଷଣା କରି ପାରନ୍ତି

Published

on

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଏକ ନୂଆ ପାକେଜ ଘୋଷଣା କରି ପାରନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବସୁଥିବା କ୍ୟାବିନେଟ ବୈଠକ ପରେ ରାଜ୍ୟବାସୀଙ୍କ ଉଦେଶ୍ୟ ରେ ଏକ ଭିଡିଓ ବାର୍ତା ଜାରି କରିବେ। ଏହି ବର୍ତରେ ସେ ସ୍ୱତନ୍ତ୍ର କୋଭିଡ଼ ସହାୟତା ପାକେଜ ଘୋଷଣା କରିବାର ସମ୍ବାବନା ରହିଛି ।

ରାଜ୍ୟ କ୍ୟାବିନେଟ ର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଦିନ 10. 45 ରେ ବସୁଛି । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ଦିନ 11. 30 ରେ ଭିଡ଼ିଓ ବାର୍ତ୍ତା ଜାରି କାରିବେ ।

ରାଜ୍ୟରେ ପ୍ରବର୍ତିତ ଲକଡାଉନ ଅବଧି ଆସନ୍ତା 14 ତାରିଖରେ ସରୁଥିବାରୁ ଏହାର ସମୟ ବୃଦ୍ଧି ହେବ । ଏଣୁ ଏହି ସମୟ ବୃଦ୍ଧି ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସେମାନଙ୍କର ସହଯୋଗ ପାଇଁ କୃତଜ୍ଞତା ଜଣାଇ ଏହି ସହାୟତା ପ୍ୟାକେଜ ଘୋଷଣା କରି ପାରନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version