National

ରାଫେଲ୍‌ରେ ‘ହେମର୍‌’ କ୍ଷେପଣାସ୍ତ୍ର ଖଞ୍ଜାଯିବା ନେଇ ଫ୍ରାନ୍ସ ସହ ଚୁକ୍ତି ଚୂଡ଼ାନ୍ତ

Published

on

ଡ଼ଲଫିନ ପ୍ରଧାନ

ନୂଆଦିଲ୍ଲୀ: ଭାରତ-ଚୀନ୍‌ ଉତ୍ତେଜନା ଭିତରେ ରାଫେଲ୍‌ ଯୁଦ୍ଧ ବିମାନର ପ୍ରଥମ ପର୍ଯ୍ୟାୟ ୨୯ ଜୁଲାଇରେ ହସ୍ତାନ୍ତର ହେବାକୁ ଯାଉଛି। ଭାରତୀୟ ବାୟୁସେନା ରାଫେଲ ଯୁଦ୍ଧ ବିମାନରେ ଫ୍ରାନ୍ସର ସବୁଠାରୁ ଘାତକ ‘ହେମର’ କ୍ଷେପଣାସ୍ତ୍ର ଖଂଜିବା ପାଇଁ ନିଷ୍ପତ୍ତି ନେଇଛି। ଏ ବାବଦରେ ଫ୍ରାନ୍ସ ସହ ଚୁକ୍ତି ମଧ୍ୟ ଚୂଡ଼ାନ୍ତ ହୋଇଛି ଏବଂ ଖୁବ୍‌ଶୀଘ୍ର ଏହି କ୍ଷେପଣାସ୍ତ୍ର ଭାରତକୁ ଉପଲବ୍ଧ ହେବ।

ଯୁଦ୍ଧକାଳୀନ ଭିତ୍ତିରେ ହେମର କ୍ଷେପଣାସ୍ତ୍ର ଭାରତ ଆସିବ ଏବଂ ଏହାକୁ ରାଫେଲରେ ଖଂଜା ଯିବା ବ୍ୟବସ୍ଥା କରାଯାଇଛି ବୋଲି ଆଜି ବାୟୁସେନା ସୂତ୍ରରୁ ଜଣାପଡ଼ିଛି। ପ୍ରାୟ ୬୦-୭୦ କିମି ଦୂରତା ମଧ୍ୟରେ ଯେ କୌଣସି ପ୍ରକାର ଲକ୍ଷ୍ୟ ଭେଦ କରିବାକୁ ଏହି କ୍ଷେପଣାସ୍ତ୍ର କ୍ଷମତା ରଖୁଛି। ଫ୍ରାନ୍ସର ପ୍ରତିରକ୍ଷା ବିଭାଗ ମଧ୍ୟ ଭାରତକୁ ଯଥାଶୀଘ୍ର ହେମର କ୍ଷେପଣାସ୍ତ୍ର ଉପଲବ୍ଧ କରାଇବାକୁ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବାରୁ ଚୀନ୍‌ ଏବଂ ପାକିସ୍ତାନ ପାଇଁ ଏହା ଏକ ବଡ଼ ଚେତାବନୀ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Trending

Exit mobile version