ନୂଆଦିଲ୍ଲୀ ୧୪/୩ : ଗୁରୁବାର ରାଫେଲ ଯୁଦ୍ଧ ବିମାନ ମାମଲାର ଶୁଣାଣି ହୋଇଛି । ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କହିଛନ୍ତି କି ରାଫେଲ ଚୁକ୍ତିକୁ ନେଇ ଥିବା ଫାଇଲରୁ ଲିକ ହୋଇଥିବା ପେପରରେ ବିମାନର ଦାମ ରହିଛି । ରାଫେଲ ବିମାନର ଦାମକୁ ସାର୍ବଜାନୀନ ନକରିବାର ଚୁକ୍ତିର ଏହା ଉଲ୍ଲଂଘନ । ଆଟର୍ଣ୍ଣି ଜେନେରାଲ କହିଛନ୍ତି ଆବେଦନକାରୀ ମାନେ ଯେଉଁ କାଗଜ କୋର୍ଟରେ ଦେଇଛନ୍ତି ତାକୁ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ କାରଣ ତାହା ଚୋରି ହୋଇଛି । ଗୋପନୀୟ ଦସ୍ତାବିଜକୁ ସାକ୍ଷ୍ୟ ବିଧାନ ଅଧିନିୟମ ଅନୁସାରେ ସାକ୍ଷ୍ୟଭାବେ ଗ୍ରହଣ କରାଯାଇ ପାରିବ ନାହିଁ ଏବଂ ଏହିପରି ଗୋପନୀୟ କାଗଜକୁ ସାର୍ବଜନୀନ କରାଯାଇପାରିବ ନାହିଁ ।
ଆଟର୍ଣ୍ଣି ଜେନରାଲ କହିଛନ୍ତି ଯେ ସିଏଜି ରିପୋର୍ଟ ଦାଖଲ କରିବାରେ ସରକାରଙ୍କ ଭୁଲ ହୋଇଛି, ସେଠିରୁ ତିନି ପୃଷ୍ଠା ଗାଏବ ହୋଇଛି । ଆଟର୍ଣ୍ଣି ଜେନେରାଲ ଲିକ ହୋଇଥିବା ପୃଷ୍ଠା ଗୁଡିକୁ ପୁର୍ନବିଚାରରୁ ହଟାଇବାକୁ ଦାବି କରିଛନ୍ତି । ସରକାର ଦାବି କରୁଛନ୍ତି ଯେ ଏହି ଦସ୍ତାବିଜ ଗୁଡିକୁ ବିଶେଷାଧିକାର ମିଳିଛି, ତେଣୁ ଏହାକୁ ଶୁଣାଣିରୁ ହଟାଇବା ଦରକାର ।
କାଗଜ ଗୁଡିକୁ ଯେଉଁ ଯେଉଁ ଆବେଦନକାରୀ ମାନେ ଦେଇଛନ୍ତି ତାକୁ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ କାରଣ ସେ ଗୁଡାକୁ ଚୋରି କରାଯାଇଛି । କାଗଜ ଗୁଡିକରେ ରାଫେଲର ଦାମ କୁହାଯାଇଛି ଯାହା ଚୁକ୍ତିର ସର୍ତ୍ତକୁ ଉଲ୍ଲଂଘନ କରୁଛି ।