ଦେଶ ବିଦେଶ

ରାମଦେବଙ୍କୁ ଝଟକା : ଚାଷୀଙ୍କୁ ଲାଭାଂଶ ଦେବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Published

on

ଡେରାଡୁନ ୨୯/୧୨ : ସ୍ଥାନୀୟ ଚାଷୀଙ୍କୁ ଲାଭର ନ୍ୟାଯ୍ୟ ଅଂଶ ପ୍ରଦାନ ପାଇଁ ଯୋଗଗୁରୁ ରାମଦେବଙ୍କ କମ୍ପାନୀ ଦିବ୍ୟ ଫାର୍ମାସୀକୁ ଉତ୍ତରାଖଣ୍ଡ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଉତ୍ତରାଖଣ୍ଡ ବାୟୋଡାଇଭର୍ସିଟି ବୋର୍ଡ ଚାଷୀଙ୍କୁ ଲାଭାଂଶ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କମ୍ପାନୀ ତାହା ନକରି ଏହି ନିର୍ଦ୍ଦେଶ ବିରୁଦ୍ଧରେ ହାଇକୋର୍ଟରେ ଆବେଦନ କରିଥିଲା । କମ୍ପାନୀ କହିଥିଲା ଯେ, ଏଭଳି ନିର୍ଦ୍ଦେଶ ଦେବାର ଆଇନଗତ ଅଧିକାର ବୋର୍ଡର ନାହିଁ । ତେବେ ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ବୋର୍ଡର ନିର୍ଦ୍ଦେଶକୁ କାଏମ ରଖିଛନ୍ତି ।
ହାଇକୋର୍ଟ କହିଛନ୍ତି ଯେ, ଜୈବ ବିବିଧତା ଆଇନ ୨୦୦୨ରେ ଲାଭାଂଶର ନ୍ୟାଯ୍ୟ ବଣ୍ଟନର ବ୍ୟବସ୍ଥା ରହିଛି । ଏହାଛଡା ଜାତିସଂଘ ଜୈବ ବିବିଧତା ରାଜିନାମାର ଭାରତ ଏକ ଅଂଶୀଦାର ହୋଇଥିବାରୁ ଚାଷୀଙ୍କୁ ଏ ପ୍ରକାର ଲାଭାଂଶ ପ୍ରଦାନ କରିବା ପାଇଁ ଦେଶର ସବୁ କମ୍ପାନୀ ବାଧ୍ୟ । ଏଭଳି ନିର୍ଦ୍ଦେଶ ଦେବାର ଅଧିକାର ମଧ୍ୟ ଉତ୍ତରାଖଣ୍ଡ ବାୟୋଡାଇଭର୍ସିଟି ବୋର୍ଡର ରହିଛି । ଯେଉଁ ଚାଷୀମାନେ ଦିବ୍ୟ ଫାର୍ମାସୀକୁ କଂଚାମାଲ ଯୋଗାଉଛନ୍ତି ସେମାନଙ୍କୁ କମ୍ପାନୀର ମୋଟ ଲାଭ ୪୨୧ କୋଟି ଟଙ୍କାରୁ ୨ କୋଟି ଟଙ୍କା ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version