ରାଜ୍ୟ

ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ହିତାଧିକାରୀ ପାଇବେ ବିଜୁ କୃଷକ କଲ୍ୟାଣ ଯୋଜନା ସୁବିଧା

Published

on

ଭୁବନେଶ୍ୱର ୨/୧ : ବିଜୁ କୃଷକ କଲ୍ୟାଣ ଯୋଜନା -୨ରେ ସାମିଲ ହେବେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର ୪୪ ହଜାର ହିତାଧିକାରୀ । ଡିସେମ୍ବର ୩୧ ତାରିଖ ପରେ ଜାତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ବନ୍ଦ ହେବାକୁ ଯାଉଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପ ି ନେଇଛନ୍ତି । ଏହା ଘୋଷଣା କରି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଜାତୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଅନ୍ତର୍ଭୁକ୍ତ ୪୪ ହଜାର ହିତାଧିକାରୀ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଉଥିଲେ । ଏବେ ବିଜୁ କୃଷକ କଲ୍ୟାଣ ଯୋଜନାରେ ସେମାନଙ୍କୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ । ଗତ ଅଗଷ୍ଟ ୧୫ ତାରିଖରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version