ରାଜନୀତି

ରାସ୍ତାକଡ କାରରୁ ୧୬ ଲକ୍ଷ ଟଙ୍କା ଜବତ

Published

on

କାକଟପୁର ୧୩/୪ : ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଯାଇଛି । ତେବେ ଆହୁରି ତିନିଟି ପର‌୍ୟ୍ୟାୟ ନିର୍ବାଚନ ବାକି ଅଛି । ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଗାଡ଼ି ଯାଂଚ କରାଯାଉଛି । ନିର୍ବାଚନ ଆଚରଣ ସଂହିତା ଉଲଙ୍ଗନ ନକରିବା ପାଇଁ ନିର୍ବାଚନ ଫ୍ଲାଇଂ ସ୍ୱାର୍ଡ଼ ଗାଡ଼ି ଯାଂଚ କରୁଛନ୍ତି । ଏହି ସମୟରେ ପୁରୀର କାକଟପୁର ଅଂଚଳରୁ ଜବତ ହୋଇଛି ୧୬ଲକ୍ଷ ୭୦ହଜାର ଟଙ୍କା ।
ଆଜି ନିର୍ବାଚନ ଫ୍ଲାଇଂ ସ୍ୱାର୍ଡ଼ ଦ୍ୱାରା ଗାଡ଼ି ଯାଂଚ ବେଳେ ବିଳମ୍ବିତ ରାତ୍ରିରେ କାକଟପୁର ଅଂଚଳର ରାସ୍ତାକଡରେ ଛିଡା ହୋଇଥିବା କାରରୁ ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ୱାର୍ଡ । ଜଣେ ସରପଞ୍ଚଙ୍କ କାରରୁ ସ୍ୱତନ୍ତ୍ର ଫ୍ଲାଇଂ ସ୍ୱାର୍ଡ଼ ଏହି ଟଙ୍କା ଜବତ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version