ଅପରାଧ

ରାସ୍ତାକଡ ଗଛରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Published

on

ଧର୍ମଗଡ ୧୨/୩ : ରାସ୍ତାକଡ ଗଛରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ଆଜି ସକାଳେ କିଛି ବ୍ୟକ୍ତି ଧର୍ମଗଡ ସ୍ଥିତ କୋକସରା ଥାନା ମିର୍ଜାପୁର ଗାଁ ରାସ୍ତାକଡରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିଥିଲା । ଏହାସହ ବ୍ୟବଚ୍ଛେଦ ପାଇଁ ମଧ୍ୟ ମୃତଦେହକୁ ପଠାଯାଇଛି । ଏହାର କାରଣ ସ୍ଫଷ୍ଟ ହୋଇନଥିଲେ ମଧ୍ୟ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version