ଭୁବନେଶ୍ୱର ୨୧/୩ : ଆଇଗିଣିଆ ନିକଟରେ ଏକ ବସ ନିଆଁ ଲାଗି ଜଳିଯାଇଛି । ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ନିଆଁକୁ ଆୟତ କରାଯାଇଛି ।
ଭୁବନେଶ୍ୱର ଆଇଗିଣିଆ ନିକଟରେ ବସଟି ରାସ୍ତା କଡ଼ରେ ଥିବା ବେଳେ ଜଳିଯାଇଛି । କେଉଁ କାରଣରୁ ନିଆଁ ଲାଗି ବସଟି ଜଳିଛି ତାହା ସ୍ପଷ୍ଟ ହୋଇପାରିନାହିଁ । ରାସ୍ତା କଡ଼ରେ ରହିଥିବା ବସଟିରେ ନିଆଁ ଲାଗିବାରୁ ଉକ୍ତ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଦମକଳବାହିନୀ ପହଂଚିବା ସହ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ନିଆଁକୁ ଆୟତ କରାଯାଇଛି । ଏହା ପରେ ସେହି ରାସ୍ତାରେ ଯାନବାହାନ ଚଳାଚଳ ସ୍ୱଭାବିକ ହୋଇଛି ।