ନୂଆଦିଲ୍ଲୀ ୧୩/୪ : ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଡିଗ୍ରୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ଜେଟଲୀ ନିଜର ଫେସବୁକ ବ୍ଲଗରେ ରାହୁଲ ଗାନ୍ଧୀଙ୍କ ପାଠପଢା ଉପରେ ପ୍ରଶ୍ନ ଉଠାଇ ପଚାରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମାଷ୍ଟର ଡିଗ୍ରୀ (ଏମଏ) ପଢିନାହାନ୍ତି, ତେ ସେ କୁହନ୍ତୁ ଏମଫିଲ ଡିଗ୍ରୀ କିପରି ପୂରଣ କଲେ !
ସ୍ମୃତି ଇରାନୀଙ୍କ ପରେ ଏବେ ରାହୁଲ ଗାନ୍ଧୀଙ୍କ ସତ୍ୟପାଠକୁ ରାଜନୀତି ହଟ୍ଟଚମଟ ଜୋର ହେବାରେ ଲାଗିଛି । ରାହୁଲ ଗାନ୍ଧୀ ୨୦୦୪ ଏବଂ ୨୦୦୯ ଲୋକସଭା ନିର୍ବାଚନରେ କହିଥିଲେ ଯେ ଟ୍ରିନିଟି କଲେଜରୁ ସେ ଡେଭଲପମେଣ୍ଟ ଇକୋନସିକ୍ସରେ ଏମଫିଲ କରିଛନ୍ତି, ଯେତେବେଳେ କି ୨୦୧୪ରେ କହିଥିଲା ଯେ ଡେଭଲପମେଣ୍ଟ ଷ୍ଟଡିଜରେ ଏମଫିଲ କରିଛନ୍ତି । ଜେଟଲୀ ନିଜର ବ୍ଲଗରେ ଏହାକୁ ନେଇ ଏବେ ରାହୁଲଙ୍କୁ ଆକ୍ରମଣ କରିଛନ୍ତି । ସେ ଏହି ମାମଲାରେ ଟ୍ୱିଟ ମଧ୍ୟ କରିଛନ୍ତି ।
ନିଜର ବ୍ଲଗରେ ଅରୁଣ ଜେଟଲୀ ଲେଖିଛନ୍ତି ଯେ-ପ୍ରାର୍ଥୀ(ସ୍ମୃତି ଇରାନୀ)ଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ଆଲୋଚନା କରୁଛନ୍ତି, କିନ୍ତୁ ଏହା ମଧ୍ୟରେ ହାରୁଲ ଗାନ୍ଧୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଭୁଲି ଯାଉଛନ୍ତି । ରାହୁଲ ଗାନ୍ଧୀଙ୍କ ଶିକ୍ଷାଗତ ଯୋଗିତ୍ୟାକୁ ନେଇ ଏପରି ଅନେକ ପ୍ରଶ୍ନ ରହିଛି, ଯାହାର ଜବାବ ବର୍ତ୍ତମାନ ସୁଦ୍ଧା ମିଳିନାହିଁ ।