ଦେଶ ବିଦେଶ

ରାହୁଲଙ୍କୁ ଟକ୍କର ଦେବେ ଏନଡିଏର ତୁଷାର

Published

on

ନୂଆଦିଲ୍ଲୀ ୧/୪ : ରାହୁଲଙ୍କୁ ଟକ୍କର ଦେବେ ଏନଡିଏର ତୁଷାର ବେଲ୍ଲାପଲ୍ଲୀ । ବିଜେପି ଅଧ୍ୟକ୍ଷ ଅମିତ ଶାହା ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି । ଅମିତ ଶାହା ଟ୍ୱିଟରେ ଲେଖିଛନ୍ତି ଯେ ୱାଇନାଡ୍‌ ଆସନରୁ ତୁଷାର ବେଲ୍ଲାପଲ୍ଲୀ ଏନଡିଏର ପ୍ରାର୍ଥୀ ହେବେ । ତୁଷାର ଭାରତ ଧର୍ମ ଜନସେନା(ବିଡିଜେଏସ) ଅଧ୍ୟକ୍ଷ ଅଛନ୍ତି ଏବଂ ସେ ଜଣେ ଅଜସ୍ୱୀ ଯୁବ ନେତା ।
ଅମିତ ଶାହା ଆଗକୁ ଉଲ୍ଲେଖ କରି କହିଛନ୍ତି ଯେ, ସେ ବିକାଶ ଏବଂ ସାମାଜିକ ନ୍ୟାୟ ଦିଗରେ ଆମର ପ୍ରତିବଦ୍ଧତା ଏବଂ ପ୍ରତିନିଧିତ୍ୱ କରିବେ । ତୁଷାରଙ୍କ ସାହାର‌୍ୟ୍ୟରେ ବିଜେପି କେରଳରେ ଏକ ବିକଳ୍ପ ଭାବେ ଉଭା ହେବ । ତୁଷାର ବେଲ୍ଲାପାଲ୍ଲୀ ବିଡିଜେଏସର ପ୍ରଦେଶ ଅଧ୍ୟକ୍ଷ ଏବଂ କେରଳରେ ଏନଡିଏର ସଂଯୋଜକ ଅଛନ୍ତି ।
ତୁଷାରଙ୍କୁ ପୂର୍ବରୁ ତ୍ରିସୁରରୁ ଟିକେଟ ଦିଆଯାଇଥିଲା ଏବଂ ତୁଷାର ସେଠାରେ ପ୍ରାଚର ମଧ୍ୟ ଆରମ୍ଭ କରିଥିଲେ । ବିଡିଜେଏସ କେରଳରେ ଏନଡିଏର ସହଯୋଗୀ ଅଛି ଏବଂ କେରଳ ନିର୍ବାଚନରେ ତାକୁ ୫ ଟି ଆସନ ମିଳିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version