ଭୁବନେଶ୍ୱର ୨୮/୫ : ଟାଇମ୍ସ ଅଫ ଇଣ୍ଡିଆକୁ ସାକ୍ଷାତକାର ସମୟରେ ପ୍ରଶ୍ନ ଥିଲା, ପୂର୍ବରୁ ଦୁଇଟି ଜାତୀୟ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ହେଉଥିଲା । ଏବେ ଆଂଚଳିକ ଦଳ ସହ ବିଜେପିର ଲଢେଇ ହେଉଛି । ଏହାକୁ ଆପଣ କେମିତି ଦେଖୁଛନ୍ତି? ଉତ୍ତରରେ ନବୀନ କହିଥିଲେ, କଂଗ୍ରେସ ଅଧିକ ଆତ୍ମସମୀକ୍ଷା କରିବା ଉଚିତ । ସେହିପରି କଂଗ୍ରେସର ଲଗାତର ଖରାପ ପ୍ରଦର୍ଶନକୁ ସେ ଆଶ୍ଚର୍ୟ୍ୟ ପ୍ରକାଶ କରିଛନ୍ତି ।
ତେବେ ସବୁଠାରୁ ବଡକଥା ହେଉଛି ରାହୁଲ ଗାନ୍ଧିଙ୍କ ନେତୃତ୍ୱକୁ ନେଇ ଟିପ୍ପଣୀ କରିଛନ୍ତି ନବୀନ । ବିଜେଡି ସୁପ୍ରିମୋ କହିଛନ୍ତି ରାହୁଲ କଠିନ ପରିଶ୍ରମ କରିଥିଲେ ହେଲେ ଫଳାଫଳ ସେଭଳି ହେଲାନାହିଁ । ତେବେ କଂଗ୍ରେସ ଓ ରାହୁଲଙ୍କୁ ନେଇ ନବୀନ କରିଥିବା ଟିପ୍ପଣୀକୁ ସ୍ୱୀକାର କରିଛନ୍ତି ନରସିଂହ ମିଶ୍ର । ନରସିଂହ କହିଛନ୍ତି ନବୀନଙ୍କ ଏଭଳି ଟିପ୍ପଣୀ ନୂଆ ନୁହେଁ । ତେବେ କଂଗ୍ରେସ ଆତ୍ମସମୀକ୍ଷା କରୁଛି ଏବଂ ଦଳକୁ ଆହୁରି ପରିଶ୍ରମ କରିବା ଆବଶ୍ୟକ ବୋଲି ମଧ୍ୟ ସେ ମତ ରଖିଛନ୍ତି ।