ଦେଶ ବିଦେଶ

ରାହୁଲ ଗାନ୍ଧୀଙ୍କୁ ସର୍ବୋଚ୍ଚ ନ୍ୟୟାଳୟର ନୋଟିସ୍

Published

on

ନୂଆଦିଲ୍ଲୀ ୨୩/୪ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦେଶର ସର୍ବୋଚ୍ଚ ନ୍ୟୟାଳୟ ମଙ୍ଗଳବାର ଅଦାଲତ ଅବମାନନା କରିଥିବା ଅଭିଯୋଗରେ ଏକ ନୋଟିସ୍ ଜାରି କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୁପ୍ରିମକୋର୍ଟରେ ରାଫେଲ୍ ଚୁକ୍ତି ନେଇ ମାମଲା ଚାଲିଥିବା ବେଳେ ଏକ ସଭାରେ ମନ୍ତବ୍ୟ ଦେଇଥିଲେ କି ରାଫେଲ୍ ମାମଲାରେ ସୁପ୍ରିମ କୋର୍ଟ ମଧ୍ୟ ‘ଚୌକିଦାର୍ ଚୋର ହୈ’ ବୋଲି ଗ୍ରହଣ କରିଛନ୍ତି। ରାଫେଲ ମାମଲା ବିଚାରାଧୀନ ଥିବା ବେଳେ ରାହୁଲଙ୍କ ମନ୍ତବ୍ୟ ଆସିଥିଲା। ରାହୁଲଙ୍କ ଏପରି ମନ୍ତବ୍ୟ ପରେ ବିଜେପି ସାଂସଦ ମୀନାକ୍ଷୀ ଲେଖି ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ଅଭିଯୋଗ ଆଣି ଏହା ଅଦାଲତଙ୍କ ଅବମାନନା ବୋଲି କହିଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ରାହୁଲଙ୍କୁ ନୋଟିସ ଜାରି କରିଥିଲେ। ପରବର୍ତ୍ତୀ ଶୁଣାଣି ଅଦାଲତ ଏପ୍ରିଲ୍ ୩୦ ତାରିଖକୁ ସ୍ଥିର କରିଛନ୍ତି।
ମୀନାକ୍ଷୀ ଲେଖି ଅଭିଯୋଗ ଆଣିବା ପରେ ରାହୁଲ ସୁପ୍ରିମ୍କୋର୍ଟଙ୍କ ନିକଟରେ ଏକ ୨୬ ପୃଷ୍ଠାର ସତ୍ୟାପାଠ ଦାଖଲ କରି କ୍ଷମା ପ୍ରାର୍ଥନା କରିଥିଲେ। ‘ଚୌକିଦାର୍ ଚୋର ହୈ’ ମନ୍ତବ୍ୟ ଦେଇଥିବା ହେତୁ ସେ ଦୁଃଖିତ ଓ ସେଥିପାଇଁ ସେ କ୍ଷମା ଚାହାନ୍ତି ବୋଲି ସତ୍ୟପାଠରେ ଲେଖିଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version