ନୂଆଦିଲ୍ଲୀ ୧୧/୪ : ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ ଏକ ବଡଧରଣର ଦାୟିତ୍ୱହୀନତା ହୋଇଛି । କଂଗ୍ରେସ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବାବଦରେ ଗୃହମନ୍ତ୍ରୀ ରାଜନାଥ୍ ସିଂହଙ୍କୁ ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି କାଲି ଅମେଠିରେ ନାମାଙ୍କନ ଦାଖଲ କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯିବା ସମୟରେ ତାଙ୍କ ମୁହଁରେ ଏକ ଲେଜର୍ ଲାଇଟ୍ ଦେଖିବାକୁ ମିଳିଥିଲା । ଚିଠିରେ କଂଗ୍ରେସ ତରଫରୁ ଲେଖା ହୋଇଥିଲା ଯେ ରାହୁଲ ଗାନ୍ଧୀ ଏସପିଜି ପ୍ରୋଟେକ୍ଟଟେଡ୍ । ଗତକାଲି ରାହୁଲ ଗାନ୍ଧୀ ନାମାଙ୍କନ ଭରିବା ପରେ ଯେଉଁ ସମୟରେ ଗଣମାଧ୍ୟମକୁ ସାମ୍ନା କରୁଥିଲେ , ଉକ୍ତ ସମୟରେ ତାଙ୍କ ଚେହେରାରେ ଏକ ସବୁଜ ରଙ୍ଗର ଲେଜର୍ ଲାଇଟ୍ ପଡିଥିଲା । ରାହୁଲଙ୍କ ମୁହଁ ୭ ଥର ଏହି ଲାଇଟ୍ ପଡିଥିବାର ଦେଖାଯାଇଥିଲା ।