ରାୟଗଡ଼ା ୧୧/୧୨ : ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଇଛି । ନିର୍ବାଚନକୁ ଅବୈଧ ଘୋଷଣା କରି ରାୟଗଡ଼ା ଜିଲ୍ଲା ଜଜ୍ କହିଛନ୍ତି ଯେ, ତାଙ୍କ ନିର୍ବାଚନରେ ତ୍ରୁଟି ଥିବାରୁ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଇଛି । ଅଧ୍ୟକ୍ଷ ପଦ ପାଇଁ ସାନି ନିର୍ବାଚନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।