ଦେଶ ବିଦେଶ

ରିଜର୍ଭ ବ୍ୟାଙ୍କର ସ୍ୱାୟତତାକୁ ଅକ୍ଷୁର୍ଣ୍ଣ ରଖାଯିବ : ଶକ୍ତିକାନ୍ତ ଦାସ

Published

on

ନୂଆଦିଲ୍ଲୀ ୧୨/୧୨ : ରଜିର୍ଭ ବ୍ୟାଙ୍କର ସ୍ୱାୟତତାକୁ ଅକ୍ଷୁର୍ଣ୍ଣ ରଖାଯିବ । ଏହାଛଡା ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଜରୁରୀ ପଦକ୍ଷେପ ନିଆଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରକାଶ କରିଛନ୍ତି । ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଓଡ଼ିଆ ଅଧିକାରୀଜଣକ କହିଛନ୍ତି ଯେ, ଆସନ୍ତା ୧୪ ତାରିଖରେ ରିଜର୍ଭ ବ୍ୟାଙ୍କ ବୋର୍ଡ ମିଟିଂ ଅନୁଷ୍ଠିତ ହେବ । ଏଥିରେ ଆର୍ବିଆଇର ପରବର୍ତ୍ତି କାର୍ଯ୍ୟ ପନ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ।
ଦେଶର ବ୍ୟାଙ୍କିଂ ବ୍ୟବସ୍ଥାକୁ ସୁଦୃଢ଼ ରଖାଯିବ ଓ ସବୁ ଆର୍ôଥକ ଅନୁଷ୍ଠାନର ବୃତ୍ତିଗତ ସ୍ୱାଧୀନତାକୁ ବଜାୟ ରଖାଯିବ ବୋଲି ଶ୍ରୀ ଦାସ କହିଛନ୍ତି । ଶ୍ରୀ ଦାସ ହେଉଛନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦବୀ ଲାଭ କରିବା କ୍ଷେତ୍ରରେ ପ୍ରଥମ ଓଡ଼ିଆ । ସେ ଗତକାଲି ଦାୟିତ୍ୱ ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version