ଅପରାଧ

ରିଲିଫ୍ ବଂଟନ ବେଳେ ଉତ୍ତେଜନା : ପୁଲିସ ମାଡ଼‌ରେ ଜଣେ ଆହତ

Published

on

ବିରିଡି ୧୪/୫ : ରିଲିଫ୍ ବଂଟନ ବେଳେ ଉତ୍ତେଜନା । ସୂଚନା ଅନୁଯାୟୀ ବିରିଡି ବ୍ଲକ କୁଳ-କଇଜଙ୍ଗା ପଂଚାୟତରେ ଫୋନି ପ୍ରଭାବିତ ଲୋକଙ୍କୁ ପଲିଥିନ୍ ବଂଟା ଯାଉଥିଲା । ସେହି ସମୟରେ ବିରିଡି ଗାଁର ପ୍ରମୋଦ ମୁଦୁଲି ନାମକ ଜଣେ ବ୍ୟକ୍ତିଙ୍କୁ ପଲିଥିନ ନମିଳିବାରେ ସେ ତହସିଲ ଗେଟ୍ ସମ୍ମୁଖରେ ପାଟିତୁଣ୍ଡ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ ପ୍ରମୋଦଙ୍କୁ କାଠଫାଳିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ପ୍ରମୋଦ ଚେତାଶୂନ୍ୟ ହୋଇପଡିବାରୁ ତାଙ୍କୁ ପ୍ରଥମେ ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ଡାକ୍ତରଖାନାରେ ଭର୍ତି କରାଯାଇଛି । ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଏଭଳି କାର‌୍ୟ୍ୟକୁ ପ୍ରତିବାଦ କରି ସ୍ଥାନୀୟ ଲୋକ ବ୍ଲକ୍ କାର‌୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୁରକ୍ଷା କର୍ମୀଙ୍କ ଗିରଫ ପାଇଁ ଦାବି କରିଛନ୍ତି । ତେବେ ଜିଲ୍ଳା ପୋଲିସର ବରିଷ୍ଠ ଅଧିକାରୀ ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ଶାନ୍ତ ପଡିଥିଲେ ପ୍ରତିବାଦକାରୀ ।

Leave a Reply

Your email address will not be published. Required fields are marked *

Trending

Exit mobile version