National

ପୂର୍ବତଟ ରେଳପଥର ପାଞ୍ଚ ଜଣ ରେଳବାଇ ସୁରକ୍ଷା ବଳ କର୍ମଚାରୀଙ୍କୁ ଆରପିଏଫ ମହାନିର୍ଦେଶକଙ୍କ ପ୍ରଶଂସା ପତ୍ର

Published

on

ଭୁବନେଶ୍ୱର:କୋଭିଡ଼୧୯ ମହାମାରୀ ସମୟରେ ଉତ୍କର୍ଷ ସେବାପାଇଁ ପୂର୍ବତଟ ରେଳପଥର ପାଞ୍ଚ ଜଣ ରେଳବାଇ ସୁରକ୍ଷା ବଳ କର୍ମଚାରୀଙ୍କୁ ଆରପିଏଫ ମହାନିର୍ଦେଶକଙ୍କ ପ୍ରଶଂସା ପତ୍ର |

କୋଭିଡ୍ -୧୯ ଲକ୍ ଡାଉନ୍ ସମୟରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ପୂର୍ବତଟ ରେଳପଥର ପାଞ୍ଚଜଣ ଆରପିଏଫ୍ ଅଧିକାରୀଙ୍କୁ ରେଳବାଇ ସୁରକ୍ଷାବଳ ମହାନିର୍ଦ୍ଦେଶକଙ୍କ ଠାରୁ ପ୍ରଶଂସା ପତ୍ର ଗ୍ରହଣ କରିଛନ୍ତି।

ପୁରୀ ଆରପିଏଫ ପୋଷ୍ଟ ଇନ୍ସପେକ୍ଟର ଅନୀଲ କୁମାର ସିଂ, କଟକ ଆରପିଏଫ ପୋଷ୍ଟ ଇନ୍ସପେକ୍ଟର ପ୍ରବୀଣ କୁମାର, ଜଗଦଲପୁର ଆରପିଏଫ ପୋଷ୍ଟ ଇନ୍ସପେକ୍ଟର ଏଚ୍ ଡି ଶର୍ମା, କଟକ ଆରପିଏଫ ପୋଷ୍ଟ ସବ-ଇନ୍ସପେକ୍ଟର ସବିତା ରଥ ଏବଂ ନୌପଡା ଆରପିଏଫ ପୋଷ୍ଟ କନଷ୍ଟେବଳ ଏ କେ ସାହୁଙ୍କୁ ନିକଟରେ ରେଳବାଇ ସୁରକ୍ଷାବଳ ମହାନିର୍ଦ୍ଦେଶକଙ୍କ  ପ୍ରଶଂସା ପ୍ରମାଣପତ୍ର ଗ୍ରହଣ କରିଛନ୍ତି।

ଲକ ଡାଉନ ସମୟରେ ପୂର୍ବତଟ ରେଳପଥର ବିଭିନ୍ନ ସ୍ଥାନରେ ରଖାଯାଉଥିବା ରୋଲିଙ୍ଗ ସ୍ଟକ ଯଥା ଟ୍ରେନ ରେକ ଗୁଡିକର  ସୁରକ୍ଷା ସମସ୍ୟା ବ୍ୟତୀତ, ଗରିବ ଏବଂ ଅସହାୟ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇବା ଏବଂ ଶ୍ରାମିକ୍ ସ୍ପେଶାଲ୍ ଟ୍ରେନ୍ ଗୁଡିକରେ ଖାଦ୍ୟ ପରିବେଷଣ ଓ ତଦାରଖ କରିବା ସହିତ ଯାତ୍ରୀ ଭିଡ ପରିଚାଳନା ଇତ୍ୟାଦି କାର୍ଯ୍ୟ ସହିତ ଅନେକ  ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି | ସ୍ୱତନ୍ତ୍ର ଟ୍ରେନ୍ ଏବଂ କୋଭିଡ୍ -୧୯ ଲକ୍ ଡାଉନ ସମୟରେ ବିଭିନ୍ନ କାର୍ଯ୍ୟ ସହିତ ଯାତ୍ରୀ ଏବଂ ନିୟୋଜିତ କର୍ମଚାରୀମାନଙ୍କୁ ଫେସ୍ ମାସ୍କ ବଣ୍ଟନ ଓ ସଚେତନତା ମଧ୍ୟ ରେଳବାଇ ସୁରକ୍ଷା ବଳର ପ୍ରଶଂସନୀୟ କାର୍ଯ୍ୟ ଅଟେ |

Leave a Reply

Your email address will not be published. Required fields are marked *

Trending

Exit mobile version