ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ଗୁରୁତ୍ୱପୂର୍ଣ୍ଣ ଜେନେରାଲ ମ୍ୟାନେଜର ଓ ଡିଭିଜିନାଲ ରେଳବାଇ ମ୍ୟାନେଜର ପଦବୀରେ ପୋଷ୍ଟିଂ ବିଲମ୍ବିତ ହୋଇପାରେ।
କେନ୍ଦ୍ର ରେଳ ମନ୍ତ୍ରଣାଳୟ ଏକ ନୂଆ ଇଣ୍ଡିଆନ ରେଲବାଇ ମ୍ୟାନଜମେଣ୍ଟ ସର୍ଭିସ କ୍ୟାଡର ପ୍ରବର୍ତ୍ତନ କରିବାକୁ ଯାଉଥିବାରୁ ଏହି ସବୁ ପଦବୀରେ ପୋଷ୍ଟିଂ ପାଇଁ ଆହୁରି କିଛି ସମୟ ଲାଗିବ।
ଭାରତୀୟ ରେଳବାଇରେ ବିଭିନ୍ନ ଜୋନର ମୁଖ୍ୟ ଜେନେରାଲ ମ୍ୟାନେଜର ଏବଂ ବିଭିନ୍ନ ରେଳବାଇ ଡିଭିଜନର ମୁଖ୍ୟ ଡିଆରଏମ୍ । ରେଳବାଇ ଚାକିରୀରେ ଏହି ଦୁଇଟି ପଦବୀରେ ପୋଷ୍ଟିଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।