ନୂଆଦିଲ୍ଲୀ: ପିଏମ୍ଓ ଅ‘ିସର ଜଣେ ଅଧିକାରୀଙ୍କର ଲେଖାକୁ ନେଇ ସଂପ୍ରତି ଦେଶରେ ଏବଂ ବିଶେଷ କରି ଭାରତୀୟ ରେଳବାଇରେ ଆଲୋଡନ ସୃଷ୍ଟ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର (ପିଏମ୍ଓ) ଜଣେ ଅ‘ିସର୍ ଭର୍ତ୍ସନା କରିବା ବର୍ତମାନ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।
ପିଏମ୍ଓ ଦାୟୀତ୍ୱରେ ଥିବା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ଅଧିନରେ କାର୍ଯ୍ୟ କରୁଥିବା ଅ‘ିସର ଅନ୍ ସ୍ପେସାଲ ଡ୍ୟିୁଟି ( ଓଏସ୍ଡି) ସଂଜିବ କୁମାର ସିଂହ ରେଳ ସମାଚାର ଓ ନ୍ୟାସନାଲ ହ୍ୁଲ୍ ରେ ଏକ ତୀବ୍ର ସମାଲୋଚନାମୂଳକ ଲେଖା ଲେଖି ରେଳମନ୍ତ୍ରୀ ଗୋୟଲଙ୍କୁ ଏବଂ ରେଳବାଇ ବୋର୍ଡକୁ ଭର୍ତ୍ସନା କରିଛନ୍ତି ।
ସଂଜିବ ତାଙ୍କର ‘ରେଳବାଇ ବୋର୍ଡ ମେମ୍ବର୍ସ ଔର ଏକ ହାତୀ- ଛହ ଅନେ୍ଧାଁ କୀ କାହାନୀ’ ଶୀର୍ଷକ ଲେଖାରେ ରେଳବାଇ ବୋର୍ଡରେ ଥିବା ସଦସ୍ୟମାନଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଏବଂ ରେଳମନ୍ତ୍ରୀ ଏଥିରେ ପକ୍ଷଭୁକ୍ତ ହେବା ଘଟଣାକୁ ନିନ୍ଦା କରିଛନ୍ତି ।
ରେଳବାଇ ବୋର୍ଡର ସଦସ୍ୟମାନେ ରେଳବାଇର ବିଭିନ୍ନ ବିଭାଗରୁ ଆସିଥାନ୍ତି । ଏବଂ ସେମାନେ ସେମାନଙ୍କର ନିଜ ନିଜ ବିଭାଗର ସ୍ୱାର୍ଥକୁ ଦେଖୁଥିବାରୁ ରେଳବାଇର ହିତକୁ ଅଣଦେଖା କରୁଛନ୍ତି ବୋଲି ସଂଜିବ ଲେଖିଛନ୍ତି । ଏହି ବିବାଦର ସମାଧାନ ବୋର୍ଡର ଅଧ୍ୟକ୍ଷ ବା ରେଳମନ୍ତ୍ରୀ କରିବାର କଥା । ମାତ୍ର ଅଧ୍ୟକ୍ଷ ମଧ୍ୟ ଏକ ବିଭାଗରୁ ଆସିଥିବାରୁ ସେ ସେହି ବିଭାଗର ସ୍ୱାର୍ଥ କଥା ଚିନ୍ତା କରୁଛନ୍ତି । ରେଳମନ୍ତ୍ରୀ ମଧ୍ୟ ଅଧ୍ୟକ୍ଷଙ୍କ କଥାରେ ପଡି ରେଳବାଇର ସ୍ୱାର୍ଥକୁ ଅଣ ଦେଖା କରୁଛନ୍ତି ।
“କିଛି ମାସ ପୂର୍ବେ ରେଳମନ୍ତ୍ରୀ ଟେଲିଭିଜନ୍ ଚ୍ୟାନେଲ୍ ରେ ଘେଷଣା କଲେ ଯେ ସେ ରେଳବାଇର ସବୁ ସମସ୍ୟାର ସମାଧାନ ବାହାର କରିଦେଇଛନ୍ତି । ଏଥର ଯୁଗ୍ମ ସଚିବ ପାହ୍ୟା ଉପରେ ଥିବା ଅଫିସରମାନଙ୍କର ସେବାକୁ ଏକୀକୃତ କରି ଦିଆଯିବ ଫଳରେ ଆଉ ବିଭାଗ-ବିଭାଗ ମଧ୍ୟରେ ବିବାଦ ରହିବ ନାହିଁ । ତେବେ ମନ୍ତ୍ରୀଙ୍କର ଏହି ବୟାନ ହିଁ ବିବାଦ ସୃଷ୍ଟ କରିଥିଲା । ସଭିଲ ସେବାର ଦୁଇଟି ଅନ୍ୟ ବିଭାଗ ଏହାର ଜୋରଦାର ବିରୋଧ କରିଥିଲେ ।”
ଇଣ୍ଡିଆନ ରେଳବାଇ ପର୍ସନାଲ ସର୍ଭିସ୍ର (ଆଇଆର୍ପିଏସ୍)ର ୨୦୦୫ ବ୍ୟାଚର ଅ‘ିସର ସଂଜିବଙ୍କର ଏହି ଲେଖାକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ତଥା ରେଳବାଇ ବୋର୍ଡ ଅଡୁଆରେ ପଡିଛନ୍ତି ।
ଏଭଳି ଲେଖା ଲେଖିଥିବାରୁ ସର୍ଭିିସ ରୁଲର ସେ ଉଲଘଂନ କରିଛନ୍ତି କହି ରେଳବାଇ ବୋର୍ଡ ପକ୍ଷରୁ ତାଙ୍କ ବିରୁଦ୍ଧରେ ପାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । କାର୍ଯ୍ୟନୁଷ୍ଠାନ ପାଇଁ ରେଳବାଇ ବେର୍ଡର ସଚିବ ରଜନିଶ ଶାହି କେନ୍ଦ୍ର କାର୍ମିକ ବିଭାଗକୁ ଏକ ଚିଠି ଲେଖି ସଂଜୀବ କୁମାର ସିଂହଙ୍କୁ ତୁରନ୍ତ ରେଳବାଇକୁ େ‘ରାଇ ଦେବାକୁ ଅନୁରୋଧ କରିଛନ୍ତି ।