ରାଜ୍ୟ

ରେଳରେ କଟି ରେଳ କର୍ମଚାରୀଙ୍କ ମୃତ୍ୟୁ

Published

on

ରାଉରକେଲା ୬/୬ : ଟ୍ରେନରେ କଟି ଯାଇ ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ, ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀ ରେଳ ଫାଟକ ନିକଟରେ ଜଣେ ରେଳ କର୍ମଚାରୀଙ୍କ ମୃ୍ତ୍ୟୁ ଘଟିଛି । ରେଳ କର୍ମଚାରୀ ଜଣକ ରେଳ ଫାଟକ ନିକଟକୁ ଆସି ପଡ଼ିଯାଇଥିଲେ । ଫଳରେ ରେଳରେ କଟି ଯାଇ ମୃତ୍ୟୁବରଣ କରିଛନ୍ତି । କିଛି ଦିନ ହେବ ସେ ମାନସିକ ଚିନ୍ତାଗ୍ରସ୍ତ ଥିଲେ । ମୃତକଙ୍କ ନାଁ ଟି.ମନୋଜ ବୋଲି ଜଣାପଡ଼ିଛି । ମାନସିକ ଚିନ୍ତା କାରଣରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଂଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version