Nation

ରେଳ ମନ୍ତ୍ରୀ ଅଶ୍ୱିନୀଙ୍କ ସମସ୍ୟା: ଫାଙ୍କା ଫାଙ୍କା ରେଳବାଇ

Published

on

ଭୁବନେଶ୍ୱର:କେନ୍ଦ୍ରରେ ରେଳ ବିଭାଗର ନୂତନ ଭାବେ ଦାଇତ୍ୱ ନେବାପରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅତ୍ୟନ୍ତ ଉତ୍ସ।ହାର ସହ କାମ ଆରମ୍ବ କଲାବେଳେ ରେଳ ବିଭାଗ ପାଙ୍କା ଫାଙ୍କା ଲାଗୁଛି। ମନ୍ତ୍ରୀଙ୍କ ସହ ତାଳଦେଇ କାମକରିବାକୁ ଲୋକ ନାହାନ୍ତି।

ରେଳ ବିଭାଗର ମେରୁଦଣ୍ଡ ଭାବେ ପରିଚିତ ରେଳବାଇ ଜୋନଗୁଡିକ ମୁରବୀହୀନ ଭାବେ ଚାଲିଛି। ଅନ୍ତତଃ ପକ୍ଷେ ସାତୋଟି ଗୁରୁତ୍ୱପୂର୍ଣ ରେଳବାଇ ଜୋନରେ ଜେନେରାଲ ମ୍ୟାନେଜର ନାହାଁନ୍ତି। ସେହିଭଳି ଗୋଟିଏ ରେଳବାଇ କାରଖାନାରେ ଜେନେରାଲ ମ୍ୟାନେଜର ନାହାଁନ୍ତି। ଏହିସବୁ ଗୁରୁତ୍ୱପୂର୍ଣ ପଦବୀଗୁଡିକ ମାସ ମାସ ଧରି ଖାଲି ପଡ଼ିଛି।
ପ୍ରକୃତ ପକ୍ଷେ ଏହିସବୁ ପଦବୀରେ ନିଯୁକ୍ତି ପାଇଥିବା ରେଳ ଅଧିକାରୀ ମାନେ କାମରେ ଯୋଗ ଦେଇପାରୁନାହାନ୍ତି। କାରଣ ସେମାନଙ୍କର ଭିଜିଲାନ୍ସ କ୍ଲିରାନ୍ସ ଆସି ପାରୁନି।
ଆଇଏଏସରୁ ମନ୍ତ୍ରୀ ହୋଇଥିବା ଓଡ଼ିଶାର ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବ ଏହି ସମସ୍ୟାର ସମାଧାନ କରି ଜୋନ ଗୁଡିକରେ ଖାଲି ପଡିଥିବା ଜେନେରାଲ ପଦଵୀଗୁଡିକ ଖୁବଶୀଘ୍ର ପୂରଣ କରି କାମ ଆରମ୍ଭ କରିବେ ବୋଲି ଆଶା।

Leave a Reply

Your email address will not be published. Required fields are marked *

Trending

Exit mobile version