ଅନୁଗୁଳୁ ୧୦/୧୨ : ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି । ଗତ ରାତିରେ କଇଁଫୁଲିଆ ଗ୍ରାମ ନିକଟ ରେଳ ଲାଇନ କଡ଼ରୁ ତାଙ୍କ ଶବ ଉଦ୍ଧାର କରାଯାଇଛି । ସେ ଟ୍ରେନ୍ରୁ ଖସିପଡି ପ୍ରାଣ ହରାଇଥିବା ଅନୁମାନ କରାଯାଉଛି । ସେ ବଇଣ୍ଡା ଯାଉଛନ୍ତି ବୋଲି କହି ଘରୁ ଆସିଥିଲେ । ଆଜି ଅନୁ୍ଗୁଳୁ ହସ୍ପିଟାଲରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜିଲ୍ଲା ଅଧିକାରୀ ତାଙ୍କ ଶେଷ ଦର୍ଶନ କରିଥିଲେ ।