ଭୋପାଳ: ମଧ୍ୟପ୍ରଦେଶ ରାଜ୍ୟପାଳ ଏବେ ରାଜ୍ୟର ଜଣେ ଅଗ୍ରଣୀ ଚାଷୀ।
ପଚାଶ ଦିନର କୋଭିଡ-୧୯ ଲକଡାଉନ ମଧ୍ୟପ୍ରଦେଶ ରାଜ୍ୟପାଳ ଲଲଜୀ ଟଣ୍ଡନଙ୍କୁ କରିଦେଇଛି ଜଣେ ଚାଷୀ।
ରାଜଭବନ ବଗିଚାରେ ଆଜିକାଲି ପାଳୁଛି ଦାମୀ ପନିପରିବା। ରାଜ୍ୟପାଳ ଟଣ୍ଡନ ବଗିଚାରେ ବ୍ରୋକୋଲି, ଲାଲ ଆଉ ହଳଦିଆ କ୍ୟାପସିକମ, ସ୍ପିନାଚ (ପାଳକ ପତ୍ର), ମେଥିଶାଗ, ଲେତ୍ୟୁସ, ଧନିଆପତ୍ର, ଟମାଟୋ ଆଦି ପନିପରିବା ଚାଷରେ ମାତିଛନ୍ତି ।
ରାଜ୍ୟପାଳ ଭବନ ବଗିଚାରେ ପଲି- ହାଉସସେସ ମାନ ତିଆରି ହୋଇଛି ଏବଂ ଏହି ସବୁ ପନିପରିବା ସେହି ପଲି-ହାଉସସେସରେ ଚାଷ ହେଉଛି। ପଲି-ହାଉସସେସରେ ବର୍ଷର ସବୁ ସମୟରେ ସବୁ ପ୍ରକାର ପନିପାରିବା ଚାଷ ହୋଇ ପାରିବ। ଏବଂ ପ୍ରଚୁର ଅମଳ ବି ହୋଇ ପାରିବ।
ସୋୟାବିନ ଓ ହଗମ ଉତ୍ପାଦନ ପାଇଁ ଦେଶରେ ଅଗ୍ରଣୀ ଥିବା ମଧ୍ୟପ୍ରଦେଶ ଏଥର ଏହା ଅତ୍ୟାଧୁନିକ କୃଷି ବୈଷୟିକ ଜ୍ଞାନ ପ୍ରୟୋଗ କରି ବ୍ରୋକୋଲି ଆଦି ଉତ୍ପାଦନ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବ ବୋଲି ଆଶା। ରାଜ୍ୟପାଳଙ୍କ କର୍ମ ଉଧାରଣ ରାଜ୍ୟର ଚାଷୀଙ୍କୁ ଉଦବୁଦ୍ଧ କରିବା ନିଶ୍ଚୟ।